ଆପଲରୁ ୨୦୦ କର୍ମଚାରୀଙ୍କ ଛଟେଇ
ନୂଆଦିଲ୍ଲୀ : ଆପଲର ସ୍ୱଂୟଚାଳିତ କାର ବିଭାଗ ପ୍ରକଳ୍ପ ‘ଟାଇଟନ୍’ରେ କାର୍ଯ୍ୟରତ ୨୦୦ କର୍ମଚାରୀଙ୍କୁ ଚଳିତ ସପ୍ତାହରେ ଛଟେଇ କରାଯାଇଛି। ଏହାସହ ଏହି ପ୍ରକଳ୍ପରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି ବୋଲି ଆପଲର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଆପଲ ୨୦୧୮ ଅଗଷ୍ଟ ମାସରେ ଟେସଲାର ବରିଷ୍ଠ ଇଂଜିନିୟର ଭିପି ଡୋଗ ଫିଏଲ୍ଡଙ୍କୁ ପ୍ରକଳ୍ପ ‘ଟାଇଟନ୍’ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା। ଦାୟିତ୍ୱ ନେବା ପରେ ଡୋଗ ପ୍ରକଳ୍ପ କାର୍ଯ୍ୟ ପ୍ରଣାଳୀରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ଛଟେଇ ଓ ବଦଳି କରାଯାଇଛି ବୋଲି କୁହାଯାଉଛି। ୨୦୧୬ରୁ ଆପଲ ନିଜର ସ୍ୱଂୟ ଚାଳିତ କାର ବିକାଶ ଉପରେ କାର୍ଯ୍ୟ କରୁଛି।