www.samajalive.in
Friday, December 5, 2025
17.1 C
Bhubaneswar

ଗ୍ରାମାଞ୍ଚଳ ପେଟ୍ରୋଲ ପମ୍ପରେ ମିଳୁନି ଫ୍ରୀ ଏଆର୍ ସେବା

ରେଙ୍ଗାଲି: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ପେଟ୍ରୋଲ ପମ୍ପରେ ତୈଳ ଭରିବାକୁ ଆସୁଥିବା ଯାନବାହାନର ଚକ ପାଇଁ ମାଗଣାରେ ଏଆର୍ ପ୍ରେସର୍ ସେବା ଯୋଗାଇ ଦେବାର ନିର୍ଦ୍ଦେଶ ଅଛି। ତେବେ ରେଙ୍ଗାଲିବ୍ଲକ ଅଞ୍ଚଳରେ ଥିବା କାଁଭାଁ ଗୋଟିଏ ଦି’ଟା ପେଟ୍ରୋଲ ପମ୍ପକୁ ଛାଡି ଦେଲେ କୌଣସି ପେଟ୍ରୋଲ ପମ୍ପରେ ଏଆର୍ ପ୍ରେସର୍ ସମ୍ପୂର୍ଣ୍ଣ ବନ୍ଦ ଅଛି। ଘର ଅଛି କମ୍ପ୍ରେସର୍ ଅଛି। ମେସିନରେ ପାଇପ୍ ବି ଲାଗିଛି।

ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..

- Advertisement -

କିନ୍ତୁ ଉପଭୋକ୍ତା ଚକରେ ଏଆର୍ ପ୍ରେସର୍ ଭରିବାକୁ କହିଲେ ମେସିନ୍ ଅଚଳ ଅଛି ବୋଲି କୁହାଯାଉଛି। ବାରମାସ ସବୁବେଳେ ଏଆର୍ କମ୍ପ୍ରେସର୍ ମେସିନ୍ ଅଚଳ ରହିବା ଏକ ନିତି ଦିନିଆଁ ଘଟଣାରେ ପରିଣତ ହୋଇଛି। ଫଳରେ ଉପଭୋକ୍ତା ଏଆର୍ ପ୍ରେସର୍ ସେବାରୁ ବଞ୍ଚିତ ହେଉଛନ୍ତି। ପେଟ୍ରୋଲ୍ ପମ୍ପରେ ତିଆରି ହୋଇଥିବା ଫ୍ରୀ ଏଆର୍ ସର୍ଭିସ୍ କୋଠରୀ ସୋ’ ପିସ୍ ଭଳି ଶୋଭାବର୍ଦ୍ଧନ କରୁଛି। ଯାଞ୍ଚ ପାଇଁ ଆସୁଥିବା ବିଭାଗୀୟ ଅଧିକାରୀ ମାନେ ଏ ଅବ୍ୟବସ୍ଥା ଦେଖି ନଦେଖିଲା ଭଳି ରହୁଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଅଚଳ ରହୁଥିବା ଫ୍ରୀ ଏଆର୍ ସର୍ଭିସ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପଭୋକ୍ତା ମହଲରେ ଦାବୀ ହେଉଛି।

 

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories