www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ସ୍ଥିତିରେ ଉନ୍ନତି: ଗ୍ରାପ୍‌-୪ କଟକଣା ଉଠାଇବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ଓ ଏନ୍‌ସିଆର (ଜାତୀୟ ରାଜଧାନୀ ଅଞ୍ଚଳ)ରେ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଘଟିଛି। ପ୍ରଦୂଷଣ ସ୍ଥିତିରେ ଉନ୍ନତି ଯୋଗୁଁ ଦିଲ୍ଲୀରେ ଲାଗୁ କରାଯାଇଥିବା ଗ୍ରାପ୍‌-୪ କଟକଣା ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଗୁରୁବାର ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନକ ସୂଚକାଙ୍କ) ୧୬୧ ରହିଥିବାରୁ କଟକଣା ପ୍ରତ୍ୟାହାର ପାଇଁ ଅନୁମତି ଦିଆଯାଇଛି। ଦୀପାବଳି ପରଠାରୁ ଦିଲ୍ଲୀର ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରହୁଥିଲା। ମାନଦଣ୍ଡ ଅନୁଯାୟୀ ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ କୁହାଯାଉଥିବାବେଳେ ୪୦୧-୫୦୦କୁ ଅତି ସାଂଘାତିକ କୁହାଯାଇଥିଲା। ପଞ୍ଜାବ ଓ ହରିୟାଣାରେ ଚାଷୀଙ୍କ ନଡାପୋଡି ଯୋଗୁଁ ଦିଲ୍ଲୀ ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ହେଉଛି।

ଏହାସାଙ୍ଗକୁ ଦୀପାବଳିରେ ଲଗାମଛଡା ବାଣଫୁଟା  ଯୋଗୁଁ ସ୍ଥିତି ଅଧିକ ଜଟିଳ ଆକାର ଧାରଣ କରିଥିଲା। ତେବେ ଦିଲ୍ଲୀ ଓ ଏନସିଆରରେ ଗ୍ରାପ୍‌-୨ କଟକଣା ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଯଦି ଅଗାମୀ ଦିନରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିବ, ତେବେ ଦିଲ୍ଲୀ/ଏନସିଆରେ ଗ୍ରାପ୍‌-୩ ଏବଂ ୪୦୦ ଟପିଲେ ଗ୍ରାପ୍‌-୪ କଟକଣା ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସିଏମକ୍ୟୁଏମ (କମିସନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ)କୁ କଡା ନିର୍ଦେଶ ଦିଆଯାଇଛି। ଗ୍ରାପ୍‌ ୩ ଓ ୪ କଟକଣା ଅନୁଯାୟୀ ଦିଲ୍ଲୀ ସହର ମଧ୍ୟକୁ ବିଏସ-୪ ଡିଜେଲ ଚାଳିତ ଟ୍ରକ କିମ୍ବା ଭାରୀଯାନ ପ୍ରବେଶ କରିବ ନାହିଁ।

- Advertisement -

ସମସ୍ତ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବାବେଳେ କୃତ୍ରିମ ବର୍ଷାର ଆୟୋଜନ କରାଯାଇଥାଏ। ଅପରପକ୍ଷରେ ଗ୍ରାପ୍‌-୨ କଟକଣା ଅନୁଯାୟୀ ସହରରେ କୋଇଲା ଓ କାଠ ଜାଳେଣିର ବ୍ୟବହାରକୁ ବନ୍ଦ କରାଯାଉଥିବାବେଳେ ଡିଜେଲ ଚାଳିତ ଜେନେରେଟର, ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥାଏ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories