www.samajalive.in
Saturday, December 6, 2025
26.1 C
Bhubaneswar

ଆଜାଦ୍‌ ହିନ୍ଦ ଫୌଜ ବ୍ରିଟିଶ ଶାସକଙ୍କ ନିଦ ହଜାଇ ଦେଇଥିଲା : ରାଜ୍ୟପାଳ

କଟକ: ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀ ସୁଭାଷ ବୋଷଙ୍କୁ ଦିଆଯାଇଥାଏ ,ବିଶ୍ବର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଇଥାନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆଜାଦ୍‌ ହିନ୍ଦ ଫୌଜର ଜନନାୟକଙ୍କୁ ଦେଖି ବ୍ରିଟିଶ୍‌ ଶାସକଙ୍କ ନିଦ ହଜିଯାଇଥିଲା ବୋଲି ରାଜ୍ୟପାଳ ଡଃ ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି। ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟର ମିଳିତ ସହଯୋଗରେ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନଠାରେ ନେତାଜୀଙ୍କ ୧୨୨ତମ ଜୟନ୍ତୀ ଅବସରରେ ରାଜ୍ୟପାଳ କହିଲେ ନେତାଜୀ ସଂଗ୍ରହାଳୟରୁ ପର୍ଯ୍ୟଟକ ଦେଶର ସ୍ବତନ୍ତ୍ରତାକୁ କିପରି ସଂରକ୍ଷିତ ରଖାଯାଇପାରେ ତାହା ଶିଖିପାରିବେ। ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ନେତାଜୀ ସ୍ବାଧୀନତା ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ ବୋଲି ସେ ମତବ୍ୟକ୍ତ କରିଥଲେ। ସଂସ୍କୃତି ବିଭାଗ, ଓଡିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ଓ ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।

କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟରେ ସୁଭାଷ ବୋଷଙ୍କ ତୈଳଚ୍ଚିତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାସୁମନ ଅର୍ପଣ

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ରଂଜନ ବିଶ୍ୱାଳ, ନିର୍ମାଣ ଶ୍ରମିକ ଓ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ସି.ଏମ.ସି କମିଶନର ଶରତ ଚନ୍ଦ୍ର ନାୟକ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡିସିପି ଅଖିଳେଶ୍ୱର ସିଂହ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଯୁଗ୍ମ ନିର୍ଦେଶିକା ତଥା ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟର ସଚିବ ସଙ୍ଘମିତ୍ରା ଶତପଥୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ,ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଓଡିଶା ଲଳିତକଳା ଏକାଡେମୀ ସଭାପତି ସୁଦର୍ଶନ ପଟ୍ଟନାୟକ, ଅଶ୍ୱିନୀ ଶତପଥୀ,ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଚାଳକ ଜେ.ପି.ଦାସ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥଲେ।
ନେତାଜୀ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ପାଣିଗ୍ରାହୀ ପୁରସ୍କୃତ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories