www.samajalive.in
Saturday, December 6, 2025
26.1 C
Bhubaneswar

ହାର୍ଦିକ, ରାହୁଲଙ୍କ ମାମଲାର ଶୁଣାଣି ୫ରେ

ମୁମ୍ବଇ : ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ଦେଇ ବିସିସିଆଇ ଦ୍ବାରା ବାସନ୍ଦ ହୋଇଥିବା ଭାରତୀୟ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କ ଭବିଷ୍ୟତ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୫ରେ ସୁପ୍ରିମକୋର୍ଟରେ ହୋଇପାରେ।
ହାର୍ଦିକ ଓ ରାହୁଲ ମାମଲାର ତଦନ୍ତ ପାଇଁ ଅମ୍ବୁଡସମ୍ୟାନ୍‌ଙ୍କ ନିଯୁକ୍ତି ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତା ୫ରେ କରାଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ଦିନଧାର୍ଯ୍ୟ ହୋଇଛି। ଯଦି କୌଣସି କାରଣ ଯୋଗୁଁ ଶୁଣାଣି ତାରିଖ ନ ଘୁଞ୍ଚେ ତେବେ ସେହିଦିନ ଏହି ମାମଲାର ତଦନ୍ତ ପାଇଁ ଅମ୍ବୁଡସମ୍ୟାନ୍‌ଙ୍କୁ ନିଯୁକ୍ତ କରାଯାଇ ପାରେ ବୋଲି ଆଲୋଚନା ହେଉଛି। ସୂଚନାଥାଉକି ଏହି ମାମଲାରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଅମ୍ବୁଡସମ୍ୟାନ୍‌ଙ୍କ ନିଯୁକ୍ତି ପରେ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆଶା ରହିଛି। ଏପରି ପରିସ୍ଥିତିରେ ହାର୍ଦିକ ଓ ରାହୁଲ କ୍ରିକେଟ୍‌ ପଡ଼ିଆକୁ ଫେରିବାକୁ ବେଶ୍‌ କିଛିଦିନ ସମୟ ଲାଗିବ ବୋଲି ଚର୍ଚ୍ଚା ଜୋର୍‌ଧରିଛି। ଅନ୍ୟପକ୍ଷରେ ହାର୍ଦିକ ଓ ରାହୁଲ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିବାରୁ ତାଙ୍କୁ କ୍ରିକେଟ୍‌ ଖେଳିବା ପାଇଁ ସୁଯୋଗ ମିଳିବା ଉଚିତ୍‌ ବୋଲି ବହୁ ପୂର୍ବତନ କ୍ରିକେଟର୍‌ ମତ ଦେଇ ସାରିଛନ୍ତି। ମାମଲାର ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ହାର୍ଦିକ ଓ ରାହୁଲଙ୍କ ଭବିଷ୍ୟତ କିଛିଦିନ ପରେ ସ୍ପଷ୍ଟ ହୋଇଯିବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories