www.samajalive.in
Saturday, December 6, 2025
19.1 C
Bhubaneswar

ସେମିରେ ଜୋକୋଭିକ୍, ପୋଇଲେ, ଓସାକା, ପ୍ଲିସ୍କୋଭା

ମେଲ୍‌ବୋର୍ଣ୍ଣ : ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ରେ ବୁଧବାର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍‌ସର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ସମାପ୍ତ ହୋଇଯାଇଛି। ଏହାସହ ଉଭୟ ବର୍ଗର ସିଙ୍ଗଲ୍‌ସ ଇଭେଣ୍ଟରେ ସେମିଫାଇନାଲ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଯାଇଛି। ସେରେନା ୱିଲିୟମ୍‌ସଙ୍କ ୨୪ତମ ଗ୍ରାଣ୍ଡସ୍ଲାମ୍ ଏବଂ ୮ମ ଅଷ୍ଟ୍ରେଲିଆନ୍ ଓପନ୍ ସିଙ୍ଗଲ୍‌ସ ଟାଇଟଲ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଛି। ସେରେନାଙ୍କୁ ୭ମ ସିଡ୍ ଚେକ୍ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍କୋଭା ପରାସ୍ତ କରିଛନ୍ତି। ୪ର୍ଥ ସିଡ୍ ଜାପାନୀ ଖେଳାଳି ନାଓମି ଓସାକା ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁଣି ଫ୍ରାନ୍‌ସର ଲ୍ୟୁକାସ୍ ପୋଇଲେ ପ୍ରଥମଥର ପାଇଁ ଏକ ଗ୍ରାଣ୍ଡସ୍ଲାମ୍‌ର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୪ର୍ଥ ଖେଳାଳି ଭାବେ ବିଶ୍ବର ୧ନଂ ଖେଳାଳି ନୋଭାକ୍ ଜୋକୋଭିକ୍ ଶେଷ ୪ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ୟୁଏସ୍ ଚମ୍ପିଆନ୍ ଜାପାନର ନାଓମି ଓସାକା ଆଉ ଏକ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଆଡ଼କୁ ଅଗ୍ରସର ହେଉଛନ୍ତି। ବୁଧବାର କ୍ବାର୍ଟରଫାଇନାଲରେ ୪ର୍ଥ ସିଡ୍ ଓସାକା ସହଜରେ ୬-୪, ୬-୧ ସେଟ୍‌ରେ ୬ଷ୍ଠ ସିଡ୍ ୟୁକ୍ରେନ୍‌ର ଏଲିନା ଶ୍ବିତୋଲିନାଙ୍କୁ ପରାସ୍ତ କରିଛନ୍ତି। ଫଳରେ ୧୯୯୪ରେ କିମିକୋ ଡାଟେଙ୍କ ପରେ ୨ୟ ଜାପାନୀ ଖେଳାଳି ଭାବେ ଓସାକା ଅଷ୍ଟ୍ରେଲିଆନ୍ ଓପନ୍‌ର ସେମିରେ ପ୍ରବେଶ କରିଛନ୍ତି। ପୁଣି ଏହା ଓସାକାଙ୍କ ୨ୟ ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲ। ୨୧ ବର୍ଷ ବୟସ୍କା ଓସାକାଙ୍କ ସହ ୭ମ ସିଡ୍ ଚେକ୍ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍କୋଭା ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ଲିସ୍କୋଭା ୧୬ଶ ସିଡ୍ ତଥା ୨୩ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ବିଜୟିନୀ ଆମେରିକାର ସେରେନା ୱିଲିୟମ୍‌ସଙ୍କୁ କଡ଼ା ମୁକାବିଲା ପରେ ୬-୪, ୪-୬, ୭-୫ ସେଟ୍‌​‌େ​‌ର ପରାସ୍ତ କରିଛନ୍ତି। ଏହି ବିଜୟ ସହ ପ୍ଲିସ୍କୋଭା ୩ୟ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ହେଉଛି ମହିଳା ସିଙ୍ଗଲ୍‌ସ ସେମିଫାଇନାଲର ଦିନ। ଏହିଦିନ ସେମିଫାଇନାଲରେ ପ୍ଲିସ୍କୋଭା-ଓସାକା ଏବଂ ୮ମ ସିଡ୍ ଚେକ୍ ରିପବ୍ଲିକ୍‌ର ପେଟ୍ରା କ୍ବିଟୋଭା ଓ ଅଣସିଡେଡ୍ ଆମେରିକୀୟ ଡାନିଏଲେ କଲିନ୍‌ସଙ୍କ ମଧ୍ୟରେ ମୁକାବିଲା ହେବ।
ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍ ସର୍ବିୟାର ନୋଭାକ୍ ଜୋକୋଭିକ୍ ୭ମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର କ୍ବାର୍ଟରଫାଇନାଲରେ ଜୋକୋଭିକ୍ ୮ମ ସିଡ୍ ଜାପାନର କେଇ ନିଶିକୋରିଙ୍କୁ ପଛରେ ପକାଇଛନ୍ତି। ଜୋକୋଭିକ୍ ୬-୧, ୪-୧ରେ ଆଗୁଅା ଥିବା ବେଳେ ନିଶିକୋରି ଆହତହୋଇ ମ୍ୟାଚ୍‌ରୁ ଓହରି ଯାଇଥିଲେ। ୧୪ଟି ଗ୍ରାଣ୍ଡସ୍ଲାମ୍ ଓ ୬ଟି ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ ଜିତିଥିବା ଜୋକୋଭିକ୍ ୬ଥର ଅଷ୍ଟ୍ରେଲିଆନ୍ ଓପନ୍ ସେମିରେ ପହଞ୍ଚିଥିବା ବେଳେ ୬ ଥର ଯାକ ଚମ୍ପିଆନ୍ ହୋଇଛନ୍ତି। ୨୮ନଂ ସିଡ୍ ଫ୍ରାନ୍‌ସର ଲ୍ୟୁକାସ୍ ପୋଇଲେ କ୍ବାର୍ଟରଫାଇନାଲରେ ୧୬ଶ ସିଡ୍ କାନାଡ଼ାର ମିଲୋସ୍ ରାଓନିକ୍‌ଙ୍କୁ ୭-୬, ୬-୩, ୬-୭, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଜୋକୋଭିକ୍‌ଙ୍କ ମୁକାବିଲା କରିବେ ପୋଇଲେ। ଅନ୍ୟ ସେମିରେ ୨ୟ ସିଡ୍ ସ୍ପେନ୍‌ର ରାଫେଲ ନାଦାଲ ଓ ୧୪ଶ ସିଡ୍ ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍‌ଙ୍କ ମଧ୍ୟରେ ମୁକାବିଲା ହେବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories