www.samajalive.in
Saturday, December 6, 2025
19.1 C
Bhubaneswar

ଦେଶର ୨୨ ଯୋଡ଼ା ଟ୍ରେନ ରୁଟ୍‌ରେ ସଂପ୍ରସାରଣ ; ଓଡ଼ିଶାର ୬

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରାଣଳୟ ପକ୍ଷରୁ ମଙ୍ଗଳବାର ଦେଶର ୨୨ ଯୋଡ଼ା ଟ୍ରେନ ରୁଟର ସଂପ୍ରସାରଣ ଘୋଷଣା କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ୱାରା ଘୋଷିତ ଟ୍ରେନ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୬ଟି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ସ୍ଥାନ ପାଇଛି। ତାଲିକାରେ ୪ଟି ଏକ୍ସପ୍ରେସ ଓ ୨ଟି ପାସେଞ୍ଜର ଟ୍ରେନ ରହିଛି। ୧୮୧୦୭/୧୮୧୦୮ ରାଉରକେଲା-କୋରାପୁଟ ଏକ୍ସପ୍ରେସକୁ ଜଗଦଲପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। କୋରାପୁଟ-ଜଗଦଲପୁର ମଧ୍ୟରେ ଜୟପୁର ଓ କୋଟପାଡ଼ ରୋଡ଼ରେ ରାଉରକେଲା-ଜଗଦଲପୁର ଟ୍ରେନ ରହଣି କରିବ। ୧୮୪୧୬/୧୮୪୧୫ ପୁରୀ-ବଡ଼ବିଲ ଏକ୍ସପ୍ରେସ ଏଣିକି ରାଉରକେଲା ପର୍ଯ୍ୟନ୍ତ ଚାଲିବ। କେନ୍ଦୁପୋଷୀ, ଚାଇଁବାସା, ଚକ୍ରଧରପୁର ଓ ମନୋହରପୁରରେ ଏଣିକି ପୁରୀ-ରାଉରକେଲା ଏକ୍ସପ୍ରେସ ଟ୍ରେନ ରହଣି କରିବ। ଓଡ଼ିଶା ମଧ୍ୟ ଦେଇ ଚଳାଚଳ କରୁଥିବା ଦୁଇଟି ଟ୍ରେନ ମଧ୍ୟରୁ ୨୦୮୮୯/୨୦୮୯୦ ହାଓଡ଼ା-ବିଜୟୱାଡ଼ା ହମସଫର ଏକ୍ସପ୍ରେସକୁ ତିରୁପତି ପର୍ଯ୍ୟନ୍ତ ଏବଂ ୨୨୬୪୦୪/୨୨୬୪୦୩ ଭିଲ୍ଲୁପୁରମ-ଖଡ଼ଗପୁର ଏକ୍ସପ୍ରେସକୁ ପୁରୁଲିଆ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। ସପ୍ତାହକୁ ଦୁଇ ଦିନ ଚଳାଚଳ କରୁଥିବା ୨୨୬୪୦୪/୨୨୬୪୦୩ ଭିଲ୍ଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ ଏଣିକି ସପ୍ତାହରେ ଥରେ ପୁରୁଲିଆ ପର୍ଯ୍ୟନ୍ତ ଚାଲିବ ଏବଂ ସଂପ୍ରସାରିତ ରୁଟରେ ହିଜଲି, ମିଦିନାପୁର, ବାଙ୍କୁଡ଼ା ଓ ଆଦ୍ରାରେ ଟ୍ରେନ ରହଣି କରିବ। ସେହିପରି ୨୦୮୮୯/୨୦୮୯୦ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ ସଂପ୍ରସାରିତ ରୁଟରେ ଓଙ୍ଗଲ, ନେଲୁର ଓ ରେନିଗୁଣ୍ଟାରେ ରହଣି କରିବ। ପାସେଞ୍ଜର ଟ୍ରେନ ମଧ୍ୟରୁ ୬୮୪୩୩/୬୮୪୩୪ କଟକ-ବ୍ରହ୍ମପୁର ମେମୁକୁ ଇଚ୍ଛାପୁରମ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି। ସଂପ୍ରସାରିତ ରୁଟରେ କଟକ-ଇଛାପୁରମ୍ ମେମୁ ସମସ୍ତ ଷ୍ଟେସନରେ ରହଣି କରିବ। ସେହିପରି ୫୮୫୨୬/୫୮୫୨୫ ବିଶାଖାପାଟଣା-ପଲାସା ପାସେଞ୍ଜର ବ୍ରହ୍ମପୁର ପର୍ଯ୍ୟନ୍ତ ଚାଲିବ। ପଲାସା ଓ ବ୍ରହ୍ମପୁର ମଧ୍ୟରେ ସମସ୍ତ ରେଳ ଷ୍ଟେସନରେ ରହଣି କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଘୋଷଣା କରିଥିଲେ।

ଧର୍ମେନ୍ଦ୍ରଙ୍କ ସ୍ୱାଗତ


ନୂଆଦିଲ୍ଲୀ : ଓଡ଼ିଶାର ୬ଟି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ରୁଟ ସଂପ୍ରସାରଣ ଘୋଷଣାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଓଡ଼ିଶା ମଧ୍ୟରେ ଏବଂ ଓଡ଼ିଶା ଦେଇ ଚଳାଚଳ କରୁଥିବା ଏହି ଟ୍ରେନ ଗୁଡ଼ିକର ସଂପ୍ରସାରଣ ଫଳରେ ରାଜ୍ୟବାସୀ ଲାଭବାନ ହେବେ ଏବଂ କେନ୍ଦ୍ରର ମୋଦି ସରକାରର ଓଡ଼ିଶାରେ ରେଳ ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଗତ ଏକ ମାସ ମଧ୍ୟରେ ବାଦାମପାହଡ଼-ଟାଟାନଗର ଓ ବଲାଙ୍ଗୀର-ବିଛୁପାଲି ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜେ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ନୂତନ ବ୍ରଡ଼ଗଜ ରେଳ ଲାଇନର ବଲାଙ୍ଗୀର-ବିଛୁପାଲି ରେଳ ଲାଇନ ଅଂଶକୁ ଲୋକାର୍ପଣ କରାଯାଇଛି। ଏଥିସହ ବାଲେଶ୍ୱର ଓ ଝାରସୁଗୁଡ଼ାରେ ନୂତନ ମଲ୍ଟି ମୋଡ଼ାଲ ଲଜିଷ୍ଟିକ ପାର୍କ, ଝାରସୁଗୁଡ଼ା-ବିଜୟନଗରମ ଓ ସମ୍ବଲପୁର-ଅନୁଗୁଳ ରେଳପଥର ବିଦ୍ୟୁତକରଣ, ଚିଲିକିଦରା-ସଗଡ଼ପଟା, ନରଣପୁର-ବସନ୍ତପୁର, ବରପାଲି-ଡୁଙ୍ଗୁରିପାଲି ଓ ବଲାଙ୍ଗୀର-ଦେଓଗାଁ ରେଳ ରୁଟର ଦୋହରୀକରଣ, ଥେରୁବାଲି-ସିଙ୍ଗାପୁର ରେଳରୁଟରେ ବ୍ରିଜ ନଂ ୫୮୮ର ଲୋକର୍ପଣ ହୋଇଛି। ବିଗତ କେନ୍ଦ୍ର ସରକାର ଗୁଡ଼ିକ ତୁଳନାରେ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଓଡ଼ିଶା ରେଳବାଇ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର ୫ ଗୁଣା ଅର୍ଥ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ଆଗକୁ ଏଭଳି ବହୁ ଘୋଷଣା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories