୩୩ ସ୍ମାର୍ଟଫୋନ୍‌ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌, ତାଲିକାରେ ନାହିଁ ତ ଆପଣଙ୍କ ଫୋନ୍‌

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ମଧ୍ୟ ହ୍ବାଟ୍ସଆପ୍ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଏକ ପୁରୁଣା ଅଛି, ତେବେ ଆପଣଙ୍କ ପାଇଁ ଖରାପ ଖବର। ମେଟା ଦ୍ଵାରା ପରିଚାଳିତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ iPhone 5s, iPhone 6 ଓ iPhone 6 Plusରେ ଆସନ୍ତା ବର୍ଷଠାରୁ ହ୍ବାଟ୍ସଆପ୍ କାମ କରିବ ନାହିଁ। WABetaInfoର ଏକ ରିପୋର୍ଟ ଅନୁସାରେ, ୨୦୨୫ ମସିହା ମେ’ ୫ ତାରିଖରୁ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ଭର୍ସନକୁ ସପୋର୍ଟ କରିବ ନାହିଁ। ଏହି ପରିବର୍ତ୍ତନ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରେ ମଧ୍ୟ ଦେଖାଦେବ। ତେବେ ହ୍ବାଟ୍ସଆପ୍ ବ୍ୟବହାର ଜାରି ରଖିବା ପାଇଁ ପୁରୁଣା iOS ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତା ନିଜ ଡିଭାଇସ୍‌କୁ ଅପଡେଟ୍‌ କରନ୍ତୁ କିମ୍ବା କୌଣସି ନୂଆ ଆଇଫୋନ୍ ନେବାକୁ ପରାମର୍ଶ ଦିଆଯାଇଛି।

ଖୁବଶୀଘ୍ର ଭାରତକୁ ଆସିବ ୨୬ ରାଫେଲ ସାମୁଦ୍ରିକ ଲଢ଼ୁଆ ବିମାନ

ଏହି ପରିବର୍ତ୍ତନ ମୁଖ୍ୟତଃ iPhone 5s, iPhone 6 ଏବଂ iPhone 6 Plus ଉପଭୋକ୍ତାଙ୍କୁ ପ୍ରଭାବିତ କରିବ, କାରଣ ଏହି ମଡେଲଗୁଡ଼ିକ ପାଇଁ ଉପଲବ୍ଧ ଶେଷ iOS ଅପଡେଟ୍ ହେଉଛି iOS 12.5.7। ଏହି ଡିଭାଇସ୍‌ଗୁଡ଼ିକୁ ୧୦ ବର୍ଷ ଊର୍ଦ୍ଧ୍ବ ସମୟ ପୂର୍ବରୁ ଲଞ୍ଚ୍‌ କରାଯାଇଥିଲା। ତେଣୁ ଏଥିରେ ଏପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟତଃ ବହୁତ କମ୍‌ ହେବ।

ଏସବୁ ଫୋନ୍‌ରେ ନୂଆବର୍ଷରୁ କାମ କରିବନି ହ୍ବାଟ୍ସଆପ୍‌

-Apple iPhone 5
-Apple iPhone 6
-Apple iPhone 6S
-Apple iPhone 6S Plus
-Apple iPhone SE
-Huawei Ascend G525

ଏସିପି ପ୍ରଦ୍ୟୁମନ କହିଲେ- ‘କୁଛ୍ ତୋ ଗଡ଼ବଡ଼ ହୈ’, ଉତ୍ସାହ ବଢାଇଲା ‘ସିଆଇଡି ୨’ର ନୂଆ ପ୍ରୋମୋ

-Huawei Ascend P6 S
-Huawei C199
-Huawei GX1s
-Huawei Y625
-Lenovo 46600
-Lenovo A820
-Lenovo A858T
-Lenovo P70
-Lenovo S890
-LG Optimus 4X HD
-LG Optimus G
-LG Optimus G Pro
-LG Optimus L7
-Motorola Moto G
-Motorola Moto X-
-Samsung Galaxy Ace Plus
-Samsung Galaxy Core
-Samsung Galaxy Express 2
-Samsung Galaxy Grand
-Samsung Galaxy Note 3
-Samsung Galaxy S3 Mini
-Samsung Galaxy S4 Active
-Samsung Galaxy S4 Mini
-Samsung Galaxy S4 Zoom
-Sony Xperia E3
-Sony Xperia M
-Sony Xperia Z1

Comments are closed.