ସମ୍ବଲପୁର: ସମଲେଇ ଯୋଜନାରେ ଘୁନଘୁଟିପଡାର ବିସ୍ଥାପିତ ପରିବାର ମାନେ ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ସମ୍ବଲପୂର ଜିଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ଶନିବାର ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଘୁନଘୁଟିପଡାର ବିସ୍ଥାପିତ ହୋଇଥିବା ପରିବାର ମାନେ ସେମାନଙ୍କୁ କରାଯାଇଥିବା ବିସ୍ଥାପନ ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବାରମ୍ବାର ଦାବି କରିଆସୁଛନ୍ତି। ଏପରି କି ପୁର୍ବରୁ ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ମଧ୍ୟ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିସାରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ନେଇ କୋୖଣସି ସୁଫଳ ମିଳିପାରି ନ ଥିବାରୁ ଆଜି ପୁଣି ଥରେ ସମଲେଇ ଯୋଜନାରେ ଘୁନଘୁଟିପଡାର ବିସ୍ଥାପିତ ପରିବାର ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରି ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।
Popular Categories



