www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତଃ ମଣ୍ଡଳୀୟ ସଙ୍ଗୀତ ପ୍ରତିଯୋଗିତା

ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତଃ ମଣ୍ଡଳୀୟ ସାଂସ୍କୃତିକ (ସଙ୍ଗୀତ) ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ରେଳବାଇ ଇନଷ୍ଟିଟ୍ୟୁଟ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ବଲପୁର, ଖୋର୍ଦ୍ଧା ରୋଡ, ୱାଲଟିୟର ରେଳ ମଣ୍ଡଳ, ପୁର୍ବତଟ ରେଳପଥ ମୁଖ୍ୟାଳୟ ଓ ମଞ୍ଚେଶ୍ୱର ରେଳ ଡବା ମରାମତି କାରାଖାନା (ଭୁବନେଶ୍ୱର)ର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଓ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣ୍ଡେ ଏହି ଅବସରରେ କହିଥିଲେ ଯେ, ଏହି ପ୍ରକାରର ପ୍ରତିଯୋଗିତା ଆୟୋଜନ ଦ୍ୱାରା ପ୍ରତିଯୋଗୀ ମାନଙ୍କୁ ସେମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାରେ ବିଶେଷ ସହାୟ ହୋଇଥାଏ ଏବଂ ସେମାନଙ୍କୁ ଈଶ୍ୱର ଦେଇଥିବା ଗୁଣ ଗୁଡିକ ସର୍ବ ସମ୍ମୁଖକୁ ଆସିଥାଏ। ଏହି ଆନ୍ତଃ ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗିତା (ସଙ୍ଗୀତ) ୨୦୨୪ ରେ ଭୋକାଲ କ୍ଲାସିକାଲ ଶ୍ରେଣୀରେ ସମ୍ବଲପୁର ମଣ୍ଡଳର ଜି. ଗଣପତି ରାଓ ପ୍ରଥମ, ପୂର୍ବତଟ ରେଳପଥ (ମୁଖ୍ୟାଳୟ) ର ସ୍ୱାଧିନ ପ୍ରଧାନ ଦ୍ୱିତୀୟ ଓ ଖୋର୍ଦ୍ଧା ରୋଡ ମଣ୍ଡଳର ବୈଶାଳୀ ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଲାଇଟ ଭୋକାର ଶ୍ରେଣୀରେ ସମ୍ବଲପୁର ମଣ୍ଡଳର ପଙ୍କଜ କୁମାର ପ୍ରଥମ, ପୂର୍ବତଟ ରେଳପଥ (ମୁଖ୍ୟାଳୟ) ର ସ୍ୱାଧିନ ପ୍ରଧାନ ଦ୍ୱିତୀୟ ଓ ଖୋର୍ଦ୍ଧା ରୋଡ ମଣ୍ଡଳର ଟିକି ବାବୁ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଇନଷ୍ଟ୍ରୁମେଣ୍ଟାଲ (କ୍ଲାସିକାଲ) ଶ୍ରେଣୀରେ ପୂର୍ବତଟ ରେଳପଥ (ମୁଖ୍ୟାଳୟ) ର କମଳ ପ୍ରସାଦ ରାୟକବାର ପ୍ରଥମ, ସମ୍ବଲପୁର ମଣ୍ଡଳର ଜି. ଗଣପତି ରାଓ ଦ୍ୱିତୀୟ ସ୍ଥାନ ଓ ଖୋର୍ଦ୍ଧା ରୋଡ ମଣ୍ଡଳର ଅନୁପ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଇନଷ୍ଟ୍ରୁମେଣ୍ଟାଲ (ଲାଇଟ) ଶ୍ରେଣୀରେ ପୂର୍ବତଟ ରେଳପଥ (ମୁଖ୍ୟାଳୟ) ର ଜ୍ୟୋତିପ୍ରକାଶ ସାହୁ ପ୍ରଥମ, ସମ୍ବଲପୁର ମଣ୍ଡଳର ଅଶୋକ କୁମାର ନାଗ ଦ୍ୱିତୀୟ ଏବଂ ୱାଲଟିୟର ମଣ୍ଡଳର ପ୍ରଶାନ୍ତ ଜୟରାଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ଶରତ ପଣ୍ଡା ଓ ସନ୍ତୋଷ କୁମାର ଝା ବିଚାରକ ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ବଲପୁର ମଣ୍ଡଳ କାର୍ମିକ ଅଧିକାରୀ ପ୍ରମୋଦ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ମଣ୍ଡଳର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories