www.samajalive.in
Saturday, December 6, 2025
23.1 C
Bhubaneswar

ଦିନବେଳାରେ ବୁଢ଼ିଆକଟାରେ ବଣୁଆ ହାତୀ

ସମ୍ବଲପୁର: ସମ୍ବଲପର ବନଖଣ୍ଡ ଅଧିନସ୍ଥ ଯୁ୍‌‌ଯୁୁମୁରା ବ୍ଲକ ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ଦିନ ସମୟରେ ବଣୁଆ ହାତୀ ବୁଲୁଥିବାର ଦେଖାଯାଇଛି। ଶନିବାର ସକାଳ ସମୟରେ ବୁଢ଼ିଆକଟା ଗ୍ରାମରେ ଅଚାନକ ଏକ ବଣୁଆ ହାତୀ ଗ୍ରାମରେ ବୁଲିବା ଆରମ୍ଭ କରିଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ତେବେ ବନ ବିଭାଗର ଦଳ ପହୁଞ୍ôଚବା ପୂର୍ବରୁ ହାତୀଟି ଗ୍ରାମରେ ବୁଲିବା ପରେ ପଳାଇ ଯାଇଥିଲା। ପୂର୍ବରୁ ଏହି ବଣୁଆ ହାତୀ ଉପଦ୍ରବ କରି ଅନେକ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ଫସଲ ମଧ୍ୟ ନଷ୍ଟ କରିଛି। ପୁଣି ଥରେ ବଣୁଆ ହାତୀ ଦେଖାଯିବା ଘଟଣାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଚିନ୍ତା ବଢ଼଼ି ଯାଇଛି। ଏଥି ପାଇଁ ହାତୀ ଉପଦ୍ରବ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ସରକାର ଓ ବନ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories