www.samajalive.in
Monday, December 8, 2025
14.1 C
Bhubaneswar

୧୪ ଜେନେରେଟର ଥାଇ ବି ଅଚଳ: ୧୩ଘଣ୍ଟା ଅନ୍ଧାରରେ ରୋଗୀସେବା

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ପରିସରସ୍ଥ ବିଦ୍ୟୁତ୍ ଖୁଣ୍ଟରେ ଶୁକ୍ରବାର ବିସ୍ଫୋରଣ ଯୋଗୁଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ପ୍ରାୟ ୧୩ ଘଣ୍ଟା ଧରି ରୋଗୀ, ସମ୍ପର୍କୀୟ ଅନ୍ଧାରରେ ଡହଳ ବିକଳ ହୋଇଥିଲେ। ଡାକ୍ତରଖାନାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବହୁ ଜରୁରୀ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା। ଡାକ୍ତରଖାନା ପାଇଁ ୧୪ଟି ଜେନେରେଟର ରହିଥିବାବେଳେ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିଲା। ତେବେ ଜେନେରେଟର କାର୍ଯ୍ୟକ୍ଷମ ନହେବା ଓ ଡାକ୍ତରଖାନାରେ ଅଚଳାବସ୍ଥା ସୃଷ୍ଟିହେବା ପଛରେ କ’ଣ କାରଣ ରହିଛି ସେଥିନେଇ ପ୍ରଶ୍ନ ଉଠିଛି। ଶୁକ୍ରବାର ରାତିରେ ଝିପିଝିପି ବର୍ଷା ହେଉଥିବାବେଳେ ରାତି ପ୍ରାୟ ୧୧ଟାରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାର ଶଲ୍ୟ ଓ ଭେଷଜ ବିଭାଗ ସମ୍ମୁଖରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟସର୍କିଟ୍‌ ଯୋଗୁଁ ବିସ୍ଫୋରଣ ହୋଇଥିଲା। ବିଦ୍ୟୁତ୍ ତାର ଜଳିଯାଇ ହୁଳା ହୁଳା ନିଆଁ ପଡ଼ିଥିଲା। ଏହା ଦେଖି ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇଥିଲେ। ଜରୁରୀ ଭିତ୍ତିରେ କିଛି ସମୟ ପାଇଁ
ଜେନେରେଟର୍‌ ଯୋଗେ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା। ସକାଳେ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ପୁଣି ଅନ୍ଧକାର ହୋଇଯାଇଥିଲା। ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିବାରୁ ପଞ୍ଜୀକରଣ କାଉଣ୍ଟର, ଲାବୋରଟୋରୀ, କର୍ଣ୍ଣ-ନାସା-ଗଳା, ଭେଷଜ ପୁରୁଷ/ମହିଳା, ଓଟି, ଲେବର୍‌ ରୁମ୍‌, ଏକ୍ସ-ରେ, ଡାୟଲିସିସ୍‌, ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ବିଭାଗରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିଲା। ବିଦ୍ୟୁତ୍ ତାର ଉପରେ ଗଛଡାଳ ପଡ଼ି ସର୍ଟସର୍କିଟ୍‌ ହୋଇଥିବା ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି। ଆଜି ସକାଳେ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ପଞ୍ଜୀକରଣ କେନ୍ଦ୍ରରୁ କମ୍ପ୍ୟୁଟରୀକୃତ ଟିକଟ୍‌ ବାହାରୁନଥିବାରୁ ରୋଗୀଙ୍କୁ ସାଦା ଟିକଟ୍‌ରେ ଓପିଡିରେ ଚିକିତ୍ସା କରାଯାଉଥିଲା। ରାତିରେ ରୋଗୀ ଓ ସମ୍ପର୍କୀୟ ଅନ୍ଧାରରେ ରହିଥିବା ବେଳେ ବିଭିନ୍ନ ୱାର୍ଡରେ ଚିକିତ୍ସା ବନ୍ଦ ରହିଥିଲା। କେବଳ ରୋଗୀ ଓ ସମ୍ପର୍କୀୟ ନୁହନ୍ତି, କାର୍ଯ୍ୟରତ ଡାକ୍ତରଙ୍କ ସହ ନର୍ସ ଓ କର୍ମଚାରୀ ମଧ୍ୟ ରାତିସାରା ଅସୁବିଧାରେ ରହିଥିଲେ। ସକାଳେ ମଧ୍ୟ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଅନ୍ଧକାର ଯୋଗୁଁ ରୋଗୀଙ୍କ ସମ୍ପର୍କୀୟ ମୋବାଇଲ୍‌ ଲାଇଟ ଜାଳି ରହିଥିବା ଦେଖିବାକୁ ମିଳିଥିଲା। ଡାକ୍ତରଖାନାରେ ଥିବା ୧୪ଟି ଜେନେରେଟର୍‌ ମଧ୍ୟ କାମ କରିନଥିବା ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା.ମାନସୀ ପଣ୍ଡା କହିଛନ୍ତି। ସକାଳ ପ୍ରାୟ ୧୨ଟାରେ ଡାକ୍ତରଖାନାରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଥିଲା। ଆଗାମୀ ଦିନରେ ଯେପରି ଏଭଳି ଅବସ୍ଥା ନ ଉପୁଜେ ସେଥିପ୍ରତି ବ୍ୟବସ୍ଥା କରିବାକୁ ବିଦ୍ୟୁତ୍ ବିଭାଗକୁ କୁହାଯାଇଥିବା ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories