www.samajalive.in
Saturday, December 13, 2025
27.1 C
Bhubaneswar

ଓଡ଼ିଶା ୧୯ ବର୍ଷରୁ କମ୍ ଶ୍ରବଣ ବାଧିତ କ୍ରିକେଟ ଦଳକୁ ଶୁଭେଚ୍ଛା

ଡେସ୍କ: ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ୪ ଦିନିଆ ଆଇଡିସିଏ ୧୯ ବର୍ଷରୁ କମ୍ ଦ୍ଵିତୀୟ ଟି-୨୦ ଜାତୀୟ କ୍ରିକେଟ ଚାମ୍ପିୟନଶିପରେ ୧୯ ବର୍ଷରୁ କମ୍ ଶ୍ରବଣ ବାଧିତ ଓଡ଼ିଶା ଦଳ ବିଜେତା ହୋଇଛି। ଏହି ବିଜୟ ପରେ ରାଜ୍ୟରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଏହି ପ୍ରତିଯୋଗିତାରେ୧୯ ବର୍ଷରୁ କମ୍ ଶ୍ରବଣ ବାଧିତ ହରିୟାଣା ଦଳ ଉପବିଜେତା ହୋଇଛି।

ବିଶେଷ କରି ଦେଶର ୮ଟି ରାଜ୍ୟରୁ ଭିନ୍ନକ୍ଷମ ଶ୍ରବଣ ବାଧିତ ପୁରୁଷ ଦଳ ଗୁରୁବାର ଦିନ ସମ୍ମାନଜନକ ଚାମ୍ପିୟନ ଟ୍ରଫି ଜିତିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନନ୍ତପୁରର ଆର୍ଡିଟି ଷ୍ଟାଡିୟମ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଓଡ଼ିଶା ଓ ହରିୟାଣା ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ବଧିର କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ ପାଇଁ ଆନ୍ଧ୍ର ପ୍ରଦେଶର ବଧିର କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।

- Advertisement -

ଆଇଡିସିଏ ସାଧାରଣ ସମ୍ପାଦକ ଅଜୟ କୁମାର ଓଡ଼ିଶା ଦଳକୁ ବିଜେତା ଟ୍ରଫି ଓ ଉପବିଜେତା ଟ୍ରଫି ହରିୟାଣା ବଧିର ଦଳକୁ ପ୍ରଦାନ କରିଥିଲେ।

ଏହି ଅବସରରେ ଅଜୟ କୁମାର କହିଛନ୍ତି, ଖେଳାଳିମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଡ଼ିଆରେ ନିଜର ଅସାଧାରଣ ଦକ୍ଷତା ଏବଂ ଖେଳ ପ୍ରତି ଉତ୍ସାହ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦକ୍ଷତା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ସେମାନେ କେତେ ଦୂର ଆସିଛନ୍ତି ତାହା ଏହି ପ୍ରଦର୍ଶନରେ ଦର୍ଶାଯାଇଥିଲା। ସେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ବିଜେତା ଏବଂ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ।

ଓଡ଼ିଶା ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୯ ବର୍ଷରୁ କମ୍ ଓଡ଼ିଶା ବଧିର ଦଳର ସାନୀଥ ସେଟ୍ଟୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ଆନ୍ଧ୍ରପ୍ରଦେଶ ବଧିର ଦଳର ଅରେତବୀ ଲୋକେଶ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଆନ୍ଧ୍ରପ୍ରଦେଶ ବଧିର ଦଳର ପି ବିଜୟା ଭାସ୍କର ଶ୍ରେଷ୍ଠ ବୋଲର ପୁରସ୍କାର ଏବଂ ଓଡ଼ିଶାର ସାନିତ ସେଟ୍ଟୀ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories