www.samajalive.in
Thursday, December 11, 2025
23.1 C
Bhubaneswar

ଶହେତମ ଜନ୍ମଦିନ ପାଳିଲେ ଅବସରପ୍ରାପ୍ତ ଶିକ୍ଷକ, ‘ସମାଜ’ ସହ ସମ୍ପୃକ୍ତ ଥିଲେ

ଫୁଲବାଣୀ: ଫୁଲବାଣୀ ସହରର ଦୀର୍ଘାୟୁ ବ୍ୟକ୍ତି ତଥା ଅବସରପ୍ରାପ୍ତ ଶିକ୍ଷକ ବିଶ୍ବନାଥ ନନ୍ଦ ତାଙ୍କର ୧୦୦ତମ ଜନ୍ମ ଦିବସ ପାଳନ କରିଛନ୍ତି। ସେ ୧୯୫୪ ମସିହାରେ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ରୂପେ ଯୋଗଦେଇ ୧୯୮୨ ମସିହାରେ ଅବସର ନେଇଥିଲେ। ସରକାରୀ ଚାକିରି କରିବା ପୂର୍ବରୁ ସେ ଦୈନିକ ଖବରକାଗଜ ’ସମାଜ’ ସହ ସମ୍ପୃକ୍ତ ଥିଲେ। ଆଚାର୍ଯ୍ୟ ହରିହର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବାରେ ବ୍ରତୀ ହେବା ସହିତ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଘନିଷ୍ଠ ଥିଲେ। ଫୁଲବାଣୀ ସହରରେ ଜଣେ ଆମାୟିକ ବ୍ୟକ୍ତି ଓ ଆଦର୍ଶ ଶିକ୍ଷକ ଭାବେ ସେ ପରିଚିତ। ବର୍ତ୍ତମାନ ଦାମନଯୋଡିରେ ସାନପୁଅ ପାଖରେ ରହୁଥିବା ବେଳେ ଗୁରୁବାର ନିଜର ଶହେତମ ଜନ୍ମଦିନ ପାଳିଛନ୍ତି। ଏ ଅବସରରେ ବଡ଼ପୁଅ ବନବିହାରୀ ନନ୍ଦ, ସାନପୁଅ ବିପିନ ବିହାରୀ ନନ୍ଦ, ଜାମାତା ଚନ୍ଦ୍ରଶେଖର ଦ୍ବିବେଦୀ, କନ୍ୟା ବନ୍ଦିତା ନନ୍ଦ, ପୁତ୍ରବଧୂ ଦେବସ୍ମିତା ପ୍ରମୂଖ ଉପସ୍ଥିତ ଥିଲେ। ଫୁଲବାଣୀ ସହରର ବହୁ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଛନ୍ତି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories