www.samajalive.in
Saturday, December 13, 2025
27.1 C
Bhubaneswar

ଉଦୟପୁର ବେଳାଭୂମି: ପଡ଼ିଶା କରୁଛି; ଓଡ଼ିଶା ବସିଛି

ବାଲେଶ୍ବର: ନିଯୁକ୍ତି କ୍ଷେତ୍ର ସମେତ ଅାଞ୍ଚଳିକ ବିକାଶରେ ସମ୍ପ୍ରତି ‘ପର୍ଯ୍ୟଟନ ଶିଳ୍ପ’ର ଗୁରୁତ୍ବ ବଢିଛି। ଏ ନେଇ ବିଭିନ୍ନ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ବିକାଶକୁ ସେଠାକାର ସରକାର ପ୍ରାଥମିକତା ଦେଉଛନ୍ତି। ମାତ୍ର ଓଡ଼ିଶାର ଉପାନ୍ତ ଜିଲା ବାଲେଶ୍ବରରେ ପର୍ଯ୍ୟଟନ ସ୍ଥଳର ଦୟନୀୟ ସ୍ଥିତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି। ସବୁଠାରୁ ବେଶି ଭିଡ଼ ହେଉଥିବା ତଥା ପ୍ରତିଦିନ ବଙ୍ଗୀୟ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବାଲେଶ୍ବର ଜିଲା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମି ରାଜ୍ୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇପାରିନାହିଁ।

ଉଦୟପୁର ସଂଲଗ୍ନ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘାକୁ ସେଠାକାର ପର୍ଯ୍ୟଟନ ଅଧିକାରୀ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ବର୍ଷରେ ୨କୋଟିରୁ ଅଧୁକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୮୦/୯୦ ପ୍ରତିଶତ ପର୍ଯ୍ୟଟକ ବଡ଼ ବଡ଼ ଢେଉ ଥିବା ଓଡ଼ିଶାର ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ ଓ ବୋଟରେ ଭ୍ରମଣର ମଜା ଉଠାଇବାକୁ ଆସିଥାନ୍ତି। ଏହି ହିସାବକୁ ନେଲେ ଉଦୟପୁରକୁ ବର୍ଷରେ ଦେଢ଼ କୋଟିରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର ଓଡ଼ିଶା ସରକାର ଉଦୟପୁରକୁ ଦୀଘା ପରି ବିକଶିତ ଓ ଅଧିକ ଆକର୍ଷଣୀୟ କରିପାରି ନାହାନ୍ତି।

- Advertisement -

ଜିଲାରେ ମୋଟ ୨୨ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଚାନ୍ଦିପୁର, ତାଳସାରି, ବଳରାମଗଡ଼ି, କଷାଫଳ, ଡଗରା, ଇଞ୍ଚୁଡ଼ି ପ୍ରଭୃତି ୬ ବେଳାଭୂମିରେ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଜିଲା ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁସାରେ, ୨୦୨୩ ମସିହାରେ ସମଗ୍ର ଜିଲାର ୨୨ ପର୍ଯ୍ୟଟନ ସ୍ଥଳକୁ ଆସିଥିବା ୪୦ ଲକ୍ଷ ପର୍ଯ୍ୟଟକଙ୍କ ମଧ୍ୟରୁ ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ଆସିଥିଲେ ୧୯ ଲକ୍ଷ। କରୋନା ଏଥିରେ କେବଳ ଉଦୟପୁର ଓ ତାଳସାରୀକୁ ୧୦ ଲକ୍ଷ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ବିଭାଗ କହୁଥିବାବେଳେ ପ୍ରକୃତରେ ଉଦୟପୁରକୁ ଦେଢ଼ କୋଟିରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ମାତ୍ର ଏହି ବେଳାଭୂମିକୁ ବେଶ ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିପାରିନାହାନ୍ତି। ଅପରପକ୍ଷରେ ବଙ୍ଗୀୟ ପର୍ଯ୍ୟଟକ ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ କରି ଦୀଘାରେ ରହୁଛନ୍ତି। ଏଥିପାଇଁ ଦୀଘାରେ ୭ ଶହରୁ ଅଧିକ ହୋଟେଲ ରହିଛି।

ସେଠାକୁ ଦିନକୁ ୫୦ରୁ ୬୦ ହଜାର ପର୍ଯ୍ୟଟକ ଆସୁଥିବା ସେ ରାଜ୍ୟର ସରକାରୀ ତଥ୍ୟରୁ ଜଣାପଡ଼ିଛି। କେବଳ ଟ୍ରେନରେ ଦୀଘାକୁ ପ୍ରତିଦିନ ହାରାହାରି ୧୦ ହଜାର ପର୍ଯ୍ୟଟକ ଆସୁଛନ୍ତି। ଫଳରେ ସେଠାରେ ପର୍ଯ୍ୟଟନ ଶିଳ୍ପରେ ବହୁ ଲୋକ ରୋଜଗାରର ପନ୍ଥା ପାଇବା ସାଙ୍ଗକୁ ବଙ୍ଗ ସରକାର ବିପୁଳ ରାଜସ୍ବ ପାଉଛନ୍ତି। ମାତ୍ର ଉଦୟପୁରରେ ମାର୍କେଟ କ​‌େ​‌ମ୍ପ୍ଲକ୍ସ ନାହିଁ କି ରହିବା ପାଇଁ ଭଲ ହୋଟେଲଟିଏ ନାହିଁ। ସେହିଭଳି ବେଳାଭୂମିରେ ପର୍ଯ୍ୟଟକଙ୍କ ବସିବା ପାଇଁ କିଛି ଆଖିଦୃଶିଆ ସୁବିଧା ନାହିଁ। ଏହା ସତ୍ତ୍ବେ ଦୀଘାକୁ ଆସୁଥିବା ପର୍ଯ୍ୟଟକ ଉଦୟପୁରକୁ ଆସୁଛନ୍ତି।

କେବଳ ତାଳସାରି ବେଳାଭୂମିର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୭ ମସିହାରେ ୩୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ତାଳସାରିରେ ମେରାଇନ ଡ୍ରାଇଭ ନିର୍ମାଣ ସାଙ୍ଗକୁ ବେଳାଭୂମିକୁ ଲାଗି ୫୦ ଏକର ପରିମିତ ଜମିରେ ହୋଟେଲ ଏବଂ ମାର୍କେଟ କ​‌େ​‌ମ୍ପ୍ଲକ୍ସ ନିର୍ମାଣ ପାଇଁ ଯୋଜନା ଥିଲା। ଇତି ମଧ୍ୟରେ ଯଥାକଥା ମେରାଇନ ଡ୍ରାଇଭ ନିର୍ମାଣ ହୋଇଥିବାବେଳେ ଅନ୍ୟ ପ୍ରକଳ୍ପଗୁଡ଼ିକ ଜଙ୍ଗଲ ଜମି ପାଇଁ ଅଟକି ରହିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କହଁର ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories