www.samajalive.in
Saturday, December 6, 2025
23.1 C
Bhubaneswar

ଅଦାନୀ,ସମ୍ଭଲ ପ୍ରସଙ୍ଗରେ ଗୃହ ଅଚଳ: ସୋମବାର ପର୍ଯ୍ୟନ୍ତ ସଂସଦ ମୁଲତବୀ

ନୂଆଦିଲ୍ଲୀ : ଶୁକ୍ରବାର କ୍ରମାଗତ ୫ମ ଦିନ ପାଇଁ ସଂସଦ ମୁଲତବୀ ରହିଛି। ଗୌତମ ଅଦାନୀଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଏବଂ ଉତ୍ତରପ୍ରଦେଶ ସମ୍ଭଲ ଓ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡିକ ଅଡି ବସିବାରୁ ସଂସଦ କାର୍ଯ୍ୟ ଅଚଳ ରହିଥିଲା। ଶୀତ ଅଧିବେଶନ ଆରମ୍ଭ ଦିନରୁ ବିରୋଧୀ ଦଳଗୁଡିକ ଏହିସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଆସୁଛନ୍ତି। ମାତ୍ର ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ବିରୋଧୀ ସଦସ୍ୟମାନେ ଉଭୟ ଗୃହରେ ହୋହଲ୍ଲା କରି ଗୃହକାର୍ଯ୍ୟକୁ ଅଚଳ କରିଚାଲିଛନ୍ତି। ଶୁକ୍ରବାର ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡିକ ଅନୁରୂପ ଭାବେ ହୋହଲ୍ଲା କରିଥିଲେ। ବିରୋଧୀ ସଦସ୍ୟମାନେ ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିବାରୁ ଏହାକୁ ଅଧ୍ୟକ୍ଷ ଜଗଦୀପ ଧନକଡ ଅଗ୍ରାହ୍ୟ କରିଦେଇଥିଲେ। ଧନକଡ କହିଥିଲେ ଯେ ଗତ କିଛି ଦିନ ହେଲା ଗୃହରେ ଯାହାସବୁ ଚାଲିଛି ତାହା ଜନତାଙ୍କ ସ୍ବାର୍ଥ ଆଧାରିତ ନୁହେଁ। ରୁଲ୍‌ ୨୬୭କୁ ଅସ୍ତ୍ର କରି ଗୃହରେ ବିଶୃଙ୍ଖଳା କରାଯାଉଛି। ଗୃହରେ ବିକ୍ଷୋଭ ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଡିସେମ୍ବର ୨ (ସୋମବାର) ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଲୋକସଭାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ଗୃହକୁ ଡିସେମ୍ବର ୨ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସଦସ୍ୟ ଗୌରବ ଗୋଗଇ କହିଥିଲେ ଯେ ସରକାର ସ୍ପଷ୍ଟ କରିବା ଦରକାର ଯେ କେବେ ଅଦାନୀ ଲାଞ୍ଚ କାରବାର, ମଣିପୁର ଓ ସମ୍ଭଲ ହିଂସା ପ୍ରସଙ୍ଗରେ ଆଲୋଚନା କରିବେ। ସରକାର ଏହିସବୁ ପ୍ରସଙ୍ଗରେ କେବେ ଆଲୋଚନା କରିବେ ତାର ଦିନ ଧାର୍ଯ୍ୟ କରୁ ନଥିବାରୁ ଗୃହକାର୍ଯ୍ୟ ଅଚଳ ହେଉଛି। କୁମାରୀ ଶୈଳଜା କହିଥିଲେ ଯେ ସରକାର ଗୃହ ଚଳାଇବାକୁ ଚାହୁଁ ନାହାନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories