www.samajalive.in
Friday, December 5, 2025
19.1 C
Bhubaneswar

ସମ୍ଭଲ ମସଜିଦ୍‌ର ସର୍ଭେ ମାମଲା : ଜାନୁଆରୀ ୮ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ମନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସମ୍ଭଲ ସହରରେ ଥିବା ଜାମା ମସଜିଦରେ ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ଗତ ରବିବାର ବ୍ୟାପକ ହିଂସାର ସୂତ୍ରପାତ ହୋଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ଜଣ ପ୍ରାଣ ହରାଇଥିବାବେଳେ ୨୦ ପୁଲିସ ସମେତ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମସଜିଦ କମିଟି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଏହାର ଶୁଣାଣି କରାଯାଇଛି। ଜାନୁଆରୀ ୮ ପର୍ଯ୍ୟନ୍ତ ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ସମ୍ଭଲରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ଭେ ନିମନ୍ତେ ନିମ୍ନ ଅଦାଲତ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାର ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମସଜିଦ କମିଟିକୁ ପରାମର୍ଶ ଦିଆଯାଇଛି। ପିଟିସନ ଦାଖଲ କରାଯିବାର ତିନି ଦିନ ମଧ୍ୟରେ ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେଣୁ ହାଇକୋର୍ଟରେ ଶୁଣାଣି ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତ ଏଥିସହିତ ନଭେମ୍ବର ୨୪ରେ ଅଦାଲତଙ୍କ ଦ୍ବାରା ନିଯୁକ୍ତ ଆଡଭୋକେଟ କମିସନର ଦେଇଥିବା ସର୍ଭେ ରିପୋର୍ଟକୁ ଗୋପନ ରଖାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ମୋଗଲ ଶାସକ ବାବରଙ୍କ ରାଜୁତି କାଳରେ ୧୫୨୯ ମସିହାରେ ସମ୍ଭଲସ୍ଥିତ ହରିହର ମନ୍ଦିରକୁ ଭଙ୍ଗା ଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଦାବି କରି ୮ ଜଣ ବ୍ୟକ୍ତି ସମ୍ଭଲ ଦେୱାନି ଅଦାଲତରେ ପିଟିସନ ଦାଏର କରିଥିଲେ। ପିଟିସନକାରୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ହରିଶଙ୍କର ଜୈନ ମଧ୍ୟ ସାମିଲ ଅଛନ୍ତି। ପିଟିସନ୍‌ର ଶୁଣାଣି କରି ଅଦାଲତ ମସଜିଦରେ ସର୍ଭେ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଥିଲେ। ତେବେ ଘଟଣା ଦିନ ମସଜିଦ ସମ୍ମୁଖରେ ସହସ୍ରାଧିକ ଲୋକ ରୁଣ୍ଡ ହୋଇ ସର୍ଭେ କାର୍ଯ୍ୟକୁ ବିରୋଧ କରିବାରୁ ପୁଲିସ ସହ ସେମାନଙ୍କର ଖଣ୍ଡଯୁଦ୍ଧ ହୋଇଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପ୍ରବଳ ଟେକାପଥର ମାଡ କରିଥିବାବେଳେ ଏକାଧିକ ଯାନବାହନ ପୋଡିଦେଇଥିଲେ। ପୁଲିସ ପ୍ରଥମେ ମୃଦୁ ଲାଠିଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁୁ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଫଳରେ ୪ ଜଣଙ୍କର ପ୍ରାଣହାନି ଘଟିଛି। ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ଭଲ ସାଂସଦ ଓ ବିଧାୟକଙ୍କ ପୁଅ ନାମରେ ଏତଲା ଦାଏର କରାଯାଇଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories