www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ଭଲ ମସଜିଦ୍‌ର ସର୍ଭେ ମାମଲା : ଜାନୁଆରୀ ୮ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ମନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସମ୍ଭଲ ସହରରେ ଥିବା ଜାମା ମସଜିଦରେ ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ଗତ ରବିବାର ବ୍ୟାପକ ହିଂସାର ସୂତ୍ରପାତ ହୋଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ଜଣ ପ୍ରାଣ ହରାଇଥିବାବେଳେ ୨୦ ପୁଲିସ ସମେତ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମସଜିଦ କମିଟି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଏହାର ଶୁଣାଣି କରାଯାଇଛି। ଜାନୁଆରୀ ୮ ପର୍ଯ୍ୟନ୍ତ ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ସମ୍ଭଲରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ଭେ ନିମନ୍ତେ ନିମ୍ନ ଅଦାଲତ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାର ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମସଜିଦ କମିଟିକୁ ପରାମର୍ଶ ଦିଆଯାଇଛି। ପିଟିସନ ଦାଖଲ କରାଯିବାର ତିନି ଦିନ ମଧ୍ୟରେ ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେଣୁ ହାଇକୋର୍ଟରେ ଶୁଣାଣି ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତ ଏଥିସହିତ ନଭେମ୍ବର ୨୪ରେ ଅଦାଲତଙ୍କ ଦ୍ବାରା ନିଯୁକ୍ତ ଆଡଭୋକେଟ କମିସନର ଦେଇଥିବା ସର୍ଭେ ରିପୋର୍ଟକୁ ଗୋପନ ରଖାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ମୋଗଲ ଶାସକ ବାବରଙ୍କ ରାଜୁତି କାଳରେ ୧୫୨୯ ମସିହାରେ ସମ୍ଭଲସ୍ଥିତ ହରିହର ମନ୍ଦିରକୁ ଭଙ୍ଗା ଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଦାବି କରି ୮ ଜଣ ବ୍ୟକ୍ତି ସମ୍ଭଲ ଦେୱାନି ଅଦାଲତରେ ପିଟିସନ ଦାଏର କରିଥିଲେ। ପିଟିସନକାରୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ହରିଶଙ୍କର ଜୈନ ମଧ୍ୟ ସାମିଲ ଅଛନ୍ତି। ପିଟିସନ୍‌ର ଶୁଣାଣି କରି ଅଦାଲତ ମସଜିଦରେ ସର୍ଭେ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଥିଲେ। ତେବେ ଘଟଣା ଦିନ ମସଜିଦ ସମ୍ମୁଖରେ ସହସ୍ରାଧିକ ଲୋକ ରୁଣ୍ଡ ହୋଇ ସର୍ଭେ କାର୍ଯ୍ୟକୁ ବିରୋଧ କରିବାରୁ ପୁଲିସ ସହ ସେମାନଙ୍କର ଖଣ୍ଡଯୁଦ୍ଧ ହୋଇଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପ୍ରବଳ ଟେକାପଥର ମାଡ କରିଥିବାବେଳେ ଏକାଧିକ ଯାନବାହନ ପୋଡିଦେଇଥିଲେ। ପୁଲିସ ପ୍ରଥମେ ମୃଦୁ ଲାଠିଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁୁ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଫଳରେ ୪ ଜଣଙ୍କର ପ୍ରାଣହାନି ଘଟିଛି। ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ଭଲ ସାଂସଦ ଓ ବିଧାୟକଙ୍କ ପୁଅ ନାମରେ ଏତଲା ଦାଏର କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories