www.samajalive.in
Saturday, December 6, 2025
26.1 C
Bhubaneswar

୧୩ ଦିନ ପରେ ମଣିପୁରରେ ଖୋଲିଲା ସ୍କୁଲ,କଲେଜ

ଇମ୍ଫାଲ : ଦୀର୍ଘ ୧୩ ଦିନର ବ୍ୟବଧାନ ପରେ ଶୁକ୍ରବାର ମଣିପୁରର ଇମ୍ଫାଲ ଓ ଜିରିବାମ ସମେତ ଅନ୍ୟ ଜିଲାରେ ଥିବା ସ୍କୁଲ, କଲେଜ ପୁଣି ଖୋଲିଛି। ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଉଥିବା ଲକ୍ଷ୍ୟ କରାଯାଇଛି। ଇମ୍ଫାଲ ବ୍ୟତୀତ ବିଷ୍ଣପୁର, ଥୌବାଲ ଓ କାକ୍‌ଚିଙ୍ଗ୍‌ ଜିଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଶୁକ୍ରବାରଠାରୁ ପୁଣି ପାଠପଢା ଆରମ୍ଭ ହୋଇଛି। ସ୍କୁଲ, କଲେଜ ଖୋଲିଥିବାରୁ ଅଭିଭାବକମାନେ ମଧ୍ୟ ବହୁମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି। ଶିକ୍ଷକମାନେ ମଧ୍ୟ ଆଗ୍ରହର ସହ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଲକ୍ଷ୍ୟ କରାଯାଇଛି। ଶୁକ୍ରବାରଠାରୁ ଏହି ଜିଲାଗୁଡିକରେ କର୍ଫ୍ୟୁକୁ ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୧ରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୧ କୁକି ଉଗ୍ରପନ୍ଥୀ ନିହତ ହେବାପରେ ଅନ୍ୟ କୁକି ଉଗ୍ରପନ୍ଥୀମାନେ ମୈତେଇ ସଂପ୍ରଦାୟର ତିନିଜଣ ମହିଳା ଓ ତିନି ଶିଶୁଙ୍କୁ ଅପହରଣ କରିନେଇଥିଲେ। ଘଟଣାର ପାଞ୍ଚଦିନ ପରେ ଏହି ମହିଳା ଓ ଶିଶୁଙ୍କର ମୃତଦେହ ଉଦ୍ଧାର ହେବାପରେ ମଣିପୁରରେ ସାନି ହିଂସା ଦେଖିବାକୁ ମିଳିଥିଲା। ଫଳରେ ରାଜ୍ୟ ସରକାର ଉପରୋକ୍ତ ଜିଲାରେ କର୍ଫ୍ୟୁ ଲାଗୁ କରିବା ସହ ମୋବାଇଲ, ଇଣ୍ଟରନେଟ ସେବାକୁ ବାତିଲ କରିଥିଲେ। ଏଥିସହିତ ସବୁ ଶିକ୍ଷାନୁଷ୍ଠାନକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories