www.samajalive.in
Friday, December 5, 2025
20.1 C
Bhubaneswar

୧୩ ଦିନ ପରେ ମଣିପୁରରେ ଖୋଲିଲା ସ୍କୁଲ,କଲେଜ

ଇମ୍ଫାଲ : ଦୀର୍ଘ ୧୩ ଦିନର ବ୍ୟବଧାନ ପରେ ଶୁକ୍ରବାର ମଣିପୁରର ଇମ୍ଫାଲ ଓ ଜିରିବାମ ସମେତ ଅନ୍ୟ ଜିଲାରେ ଥିବା ସ୍କୁଲ, କଲେଜ ପୁଣି ଖୋଲିଛି। ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଉଥିବା ଲକ୍ଷ୍ୟ କରାଯାଇଛି। ଇମ୍ଫାଲ ବ୍ୟତୀତ ବିଷ୍ଣପୁର, ଥୌବାଲ ଓ କାକ୍‌ଚିଙ୍ଗ୍‌ ଜିଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଶୁକ୍ରବାରଠାରୁ ପୁଣି ପାଠପଢା ଆରମ୍ଭ ହୋଇଛି। ସ୍କୁଲ, କଲେଜ ଖୋଲିଥିବାରୁ ଅଭିଭାବକମାନେ ମଧ୍ୟ ବହୁମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି। ଶିକ୍ଷକମାନେ ମଧ୍ୟ ଆଗ୍ରହର ସହ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଲକ୍ଷ୍ୟ କରାଯାଇଛି। ଶୁକ୍ରବାରଠାରୁ ଏହି ଜିଲାଗୁଡିକରେ କର୍ଫ୍ୟୁକୁ ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୧ରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୧ କୁକି ଉଗ୍ରପନ୍ଥୀ ନିହତ ହେବାପରେ ଅନ୍ୟ କୁକି ଉଗ୍ରପନ୍ଥୀମାନେ ମୈତେଇ ସଂପ୍ରଦାୟର ତିନିଜଣ ମହିଳା ଓ ତିନି ଶିଶୁଙ୍କୁ ଅପହରଣ କରିନେଇଥିଲେ। ଘଟଣାର ପାଞ୍ଚଦିନ ପରେ ଏହି ମହିଳା ଓ ଶିଶୁଙ୍କର ମୃତଦେହ ଉଦ୍ଧାର ହେବାପରେ ମଣିପୁରରେ ସାନି ହିଂସା ଦେଖିବାକୁ ମିଳିଥିଲା। ଫଳରେ ରାଜ୍ୟ ସରକାର ଉପରୋକ୍ତ ଜିଲାରେ କର୍ଫ୍ୟୁ ଲାଗୁ କରିବା ସହ ମୋବାଇଲ, ଇଣ୍ଟରନେଟ ସେବାକୁ ବାତିଲ କରିଥିଲେ। ଏଥିସହିତ ସବୁ ଶିକ୍ଷାନୁଷ୍ଠାନକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories