ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଅଲାଡ଼ିପୁର ଗାଁରେ ବିଦ୍ୟୁତ ତାର ସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଗାଁର କେ. ଏରେୟା ରେଡି ବୋଲି ପୋଲିସ ସୂଚନା ମିଳିଛି। ବୁଧବାର ସନ୍ଧ୍ୟାରେ ଏରେୟା ଓ ତାଙ୍କ ସାଙ୍ଗ କେ. କ୍ରିଷ୍ଣା ରେଡି ଶୌଚ ପାଇଁ ଗାଁ ପଡିଆକୁ ଯାଉଥିବା ବେଳେ ଗାଁ ଶେଷ ଭାଗରେ ଏକ ପାଣି ମଟରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ଏରେୟା ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଗ୍ରାମର କିଛି ଲୋକ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ଏରେୟାଙ୍କୁ ମୃତ ଘୋଷିତ କରିଥିଲେ। ଏନେଇ ମୃତ ଏରେୟାଙ୍କ ଭାଇ କେ. ଦୁର୍ଯ୍ୟୋଧନ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନଂ ୫୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.