www.samajalive.in
Saturday, December 6, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ନୟାଗଡ଼ : ମହାବିଦ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣିଙ୍କ ଦରମା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲାସ୍ଥିତ ଦଧିବାମନଜୀଉ ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୁୟାଁ । ଉକ୍ତ ମହାବିଦ୍ୟାଳୟ କିରାଣିଙ୍କ ବକେୟା ଦରମା ୫ଲକ୍ଷ ଟଙ୍କା ରହିଥିଲା। ସେହି ଦରମା କରାଇ ଦେବା ପାଇଁ ଅଧ୍ୟକ୍ଷ ୧ଲକ୍ଷ ଟଙ୍କା ଦେବାକୁ କହିଥିଲେ। କିରାଣି ଜଣକ ଭିଜିଲାନ୍ସକୁ ଖବର ଦେଇଥିଲେ। ଯୋଜନା ମୁତାବକ ମଙ୍ଗଳବାର ଅଧ୍ୟକ୍ଷ ତାଙ୍କ ଘରେ ଟଙ୍କା ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ। ପରେ ତାଙ୍କ ବାହାଡ଼ଝୋଲାସ୍ଥିତ ଘର ଏବଂ ମହାବିଦ୍ୟାଳୟରେ ଚଢ଼ଉ କରାଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories