www.samajalive.in
Sunday, December 14, 2025
19.1 C
Bhubaneswar

ଆଉ ନାହାନ୍ତି ପରିବା ବାବା

ଧାମରା: ଭଦ୍ରକ ନୁହେଁ ସାରା ଓଡ଼ିଶାରେ ପରିବା ବାବା ନାମରେ ଖ୍ୟାତ ପ୍ରେମାନନ୍ଦ ଦାସ ମହାରାଜଙ୍କର ମଙ୍ଗଳବାର ଦେହାନ୍ତ ଘଟିଛି। ସେ ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଏବଂ ଜଣେ ମହାନ ସନ୍ଥ ଭାବେ ପରିଚିତ। ପୁରୀ ଝାଞ୍ଜିପିଟା ମଠରେ ମହନ୍ତ ଭାବେ ସେ ଯେତିକି ଜଣାଶୁଣା ସାରା ଓଡ଼ିଶାରେ ପରିବା ବାବା ନାମରେ ମଧ୍ୟ ସେ ଖ୍ୟାତ। ଭଗବାନଙ୍କ ସଂକୀର୍ତନକୁ ପୁରପଲ୍ଲୀରେ ଘରେ ଘରେ ପହଞ୍ଚାଇଥିବା ପରିବା ବାବା ଦୀର୍ଘ ଦିନ ହେବ ମସ୍ତିଷ୍କରେ ସ୍ନାୟୁଜନତି ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଆମ୍ରି ମେଡିକାଲରେ ଚିକିତ୍ସିତ ହେବାପରେ ପଞ୍ଚୁଟିକ୍ରି ପଂଚାୟତରେ ଥିବା ନିଜ ଭେଜିଆଡିଆ ଆଶ୍ରମକୁ ଫେରି ଆସିଥିଲେ। କିନ୍ତୁ ଦିନକୁ ଦିନ ସୁସ୍ଥ ହେବା ପରିବର୍ତ୍ତେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଆଜି ସକାଳ ୮ଟାରେ ସେ ନିଜ ଆଶ୍ରମରେ ଦେହତ୍ୟାଗ କରିଛନ୍ତି। ପରେ ତାଙ୍କ ମର ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ତଥା ବାସୁଦେବପୁର ଅଞ୍ଚଳକୁ ନେଇଥିଲେ। ସମସ୍ତ ପଂଚାୟତରେ ପରିବା ବାବାଙ୍କ ମରଶରୀରକୁ ଅଗଣିତ ଜନ ସାଧାରଣ ଶେଷ ଦର୍ଶନ କରିଥିଲେ। ପରେ ଭେଜିଆଡିଆ ଆଶ୍ରମ ମଧ୍ୟରେ ତାଙ୍କୁ ସମାଧି ଦିଆଯାଇଥିଲା। ତାଙ୍କର ଏହି ଅକାଳ ମୃତ୍ୟରେ କେବଳ ଭଦ୍ରକ ଜିଲା ନୁହେଁ ସାରା ଓଡ଼ିଶାର ସମସ୍ତ ମଠ, ମନ୍ଦିରମାନଙ୍କରେ ଶୋକର ଛାୟା ଖେଳି ଯାଇଥିବାବେଳେ ତାଙ୍କର ଶେଷ ଦର୍ଶନ ପାଇଁ ସାରା ରାଜ୍ୟରୁ ବହୁ ସନ୍ଥ, ରାଜନୈତିକ ନେତୃବୃନ୍ଦ, ଜନସାଧାରଣ ପ୍ରମୁଖ ପହଞ୍ଚି ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories