ଇଭିଏମ୍‌ ନିଷିଦ୍ଧ ଦାବି କଲେ ମାୟାବତୀ

0

ଲକ୍ଷ୍ନୌ : ଗତ ଲୋକସଭା ନିର୍ବାଚନ ବେଳେ ଇଭିଏମ୍‌ (ଇଲେକଟ୍ରୋନିକ ଭୋଟିଂ ମେସିନ)ରେ ଜାଲିଆତି ହୋଇଥିବା ନେଇ ଲଣ୍ଡନଠା​‌େ​‌ର ଜଣେ ସାଇବର ବିଶେଷଜ୍ଞ ସୟଦ ସୁଜା ଅଭିଯୋଗ ଆଣିବା ପରେ ଆଗାମୀ ସାଧାରଣ ନିର୍ବାଚନରେ ଇଭିଏମ୍ ଦ୍ବାରା ମତଦାନ କରା ନ ଯିବା ଲାଗି ବିଭିନ୍ନ ମହଲରୁ ଦାବି ଉଠିଛି। ଇଭିଏମ୍‌ ଉପରେ ତୁରନ୍ତ ନି‌େଷଧାଦେଶ ଲାଗୁ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ବେଳେ ବାଲାଟ ପେପର ଦ୍ବାରା ମତଦାନ କରାଇବାକୁ ବିଏସ୍‌ପି ମୁଖ୍ୟ ମାୟାବତୀ ଦାବି କରିଛନ୍ତି। ମଙ୍ଗଳବାର ଏ ସମ୍ବନ୍ଧରେ ବିବୃତି ଦେଇ ସେ କହିଛନ୍ତି ଲଣ୍ଡନ ବିଶେଷଜ୍ଞଙ୍କ ସାମ୍ବାଦିକ ସମ୍ମିଳନୀର ପରେ ଇଭିଏମ୍‌ ଏବେ ଅଧିକ ରହସ୍ୟମୟ ହୋଇପଡିଛି। ଏଣୁ ଦେଶର ସ୍ବାର୍ଥ କାରଣରୁ ତୁରନ୍ତ ଏହାକୁ ନିଷେଧ ଘୋଷଣା କରାଯିବା ଉଚିତ। ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପେକ୍ଷ କରିବା ଲାଗି ବାଲାଟପେପର ବ୍ୟବହାର କରାଯିବା ଦରକାର। ଏଣିକି ‘ଭୋଟ ଆମର ରାଜ ତୁମର’ ନୀତି ଚଳିବ ନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦୃଢକଣ୍ଠରେ କହିଛନ୍ତି। ଅନ୍ୟପଟେ ସୁଜାଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇବା ସହ ଇଭିଏମ୍‌ ହ୍ୟାକିଂ ନେଇ ଲଣ୍ଡନ ସାମ୍ବାଦିକ ସମ୍ମଳନୀ ପରିକଳ୍ପନା କଂଗ୍ରେସ କରିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ସିବଲଙ୍କ ଉପସ୍ଥିତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ ଇଭିଏମ୍‌ ହ୍ୟାକିଂ ଅଭିଯୋଗକୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ମଧ୍ୟ ଅସ୍ବୀକାର କରିଛନ୍ତି। ଇଭିଏମ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଇସି ଦର୍ଶାଇଛନ୍ତି। ଏଥିସହ ଲଣ୍ଡନ ସମ୍ମିଳନୀର ଆୟୋଜକ ଭାରତୀୟ ସାମ୍ବାଦିକ ସଂଘ(ୟୁରୋପ) ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯାଉଛି ବୋଲି ଇସି ସୂଚନା ଦେଇଛନ୍ତି।

Leave A Reply