www.samajalive.in
Saturday, December 6, 2025
14.1 C
Bhubaneswar

ବିଜୟ ଉତ୍ସବ ପାଳନ ବେଳେ ଅଗ୍ନିକାଣ୍ଡ: ସ୍ବାଧୀନ ପ୍ରାର୍ଥୀ ଶିବାଜି ପାଟିଲ ଆହତ

ମୁମ୍ବଇ : ମହାରାଷ୍ଟ୍ରରେ ଶନିବାର ନିର୍ବାଚନ ଫଳ ଘୋଷିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ତରଫରୁ ବିଜୟ ଉତ୍ସବ ପାଳିତ ହୋଇଛି। ତେବେ ଚାନ୍ଦଗଡ ଆସନରେ ସ୍ବାଧୀନ ପ୍ରାର୍ଥୀ ଶିବାଜି ପାଟିଲ ସମର୍ଥକଙ୍କ ଗହଣରେ ବିଜୟ ଉତ୍ସବ ପାଳନ କରୁଥିବାବେଳେ ହଠାତ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା। ମହିଳା ସମର୍ଥକମାନେ ଆଳତି କରି ପାଟିଲଙ୍କୁ ସ୍ବାଗତ ଜଣାଉଥିବାବେଳେ ଏକ କ୍ରେନ ସାହାଯ୍ୟରେ ଉପରୁ ସମର୍ଥକଙ୍କ ଉପରେ ଅବିର ବୃୃଷ୍ଟି କରାଯାଇଥିଲା। ସେହି ଅବିର ଆଳତି ଉପରେ ପଡିବାରୁ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା। ଏଥିରେ ପାଟିଲଙ୍କ ସମେତ କେତେକ ମହିଳାଙ୍କ ଶରୀର ପୋଡି ଯାଇଛି। ବିଜେପି ଟିକଟ ନ ପାଇବା ଫଳରେ ଅସନ୍ତୁଷ୍ଟ ପାଟିଲ ଚାନ୍ଦଗଡ ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ। ସେ ଏନ୍‌ସିିପି ପ୍ରାର୍ଥୀ ରାଜେଶ ପାଟିଲଙ୍କୁ ୨୪,୧୩୪ ଭୋଟରେ ହରାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories