ସମ୍ଭାଲସ୍ଥିତ ଜାମା ମସଜିଦରେ ସର୍ଭେ ସମୟରେ ହିଂସାତ୍ମକ ସଂଘର୍ଷ, ୩ ମୃତ
ଡେସ୍କ: ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାରେ ଜାମା ମସଜିଦ୍ ସର୍ଭେ ପରେ ହୋଇଥିବା ହିଂସାକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ଭାଲ ଜିଲ୍ଲା ଅଧୀନରେ ଥିବା ମୋରାଦାବାଦ ଡିଭିଜନର କମିଶନର ଅଞ୍ଜନେୟ କୁମାର ସିଂହ କହିଛନ୍ତି ଯେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ଭେ ଶେଷ କରି ସର୍ଭେ ଟିମ୍ ଫେରୁଥିବା ବେଳେ ତିନୋଟି ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକମାନେ ପଥରମାଡ଼ କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସର୍ଭେ ଟିମ୍ ଓ ପୁଲିସ କର୍ମଚାରୀଙ୍କ ଉପରକୁ ପଥରମାଡ଼ ଘଟଣାରେ ମଧ୍ୟ କିଛି ମହିଳା ସମ୍ପୃକ୍ତ ଥିବା ସୂଚନା ମିଳିଛି। ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ କିଛି ମହିଳାଙ୍କ ସମେତ ଅନେକଙ୍କୁ ଅଟକ ରଖାଯାଇଛି ବୋଲି ପୁଲିସ କହିଛି। ପଡ଼ୋଶୀ ଜିଲ୍ଲାରୁ ପୁଲିସ ଫୋର୍ସ ଡକାଯାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।
Comments are closed.