www.samajalive.in
Tuesday, December 9, 2025
26.1 C
Bhubaneswar

ଶଳା-ଭେଣାେଇଙ୍କ ମାଡରେ ଜଣେ ମୃତ

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କୃର୍ଷ୍ଣପଲୀ ଗ୍ରାମରେ ଗତ ରାତ୍ରିରେ ଶଳା-ଭେଣାେଇଙ୍କ ମାଡରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଉକ୍ତ ଗ୍ରାମ ପାଇକ ସାହିର ରଘୁନାଥ ସାମନ୍ତରା।  ଏଥିନେଇ ବୈଦ୍ୟେଶ୍ୱର ଥାନାରେ କେସ୍‍ ନଂ ୯/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ୍‍ ଶଳାକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଭେଣୋଇ ଫେରାର ରହିଛି।

ସୂଚନା ମୁତାବକ, କୃର୍ଷ୍ଣପଲ୍ଲୀ ଗ୍ରାମରେ ଗତ ରାତ୍ରିରେ ବିବାହ କାର୍ଯ୍ୟ ପାଇଁ ଗୁଆ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଏକ ମଦ୍ୟପ ଯୁବକ ନିଶାସକ୍ତ ଅବସ୍ଥାରେ ଘଟଣା ସ୍ଥଳକୁ ଆସି ଗାଳି ଗୁଲଜ କରିଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ଉଭୟ ଶାଳକ ଦିଲ୍ଲୀପ କୁମାର ସାହୁ, ଭେଣୋଇ ପ୍ରଶନ୍ନ କୁମାର ସାହୁ ଉତ୍‍ କ୍ଷୀପ୍ତ ହୋଇ ମଦ୍ୟପ ଯୁବକ ରଘୁନାଥ ସାମନ୍ତରାକୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ବୈଦ୍ୟେଶ୍ୱର ଥାନା ଅଧିକାରୀ ମାନସ ମିଶ୍ର ଅଧିକ ତଦନ୍ତ ଚଳାଇଥିବାବେଳେ ଫେରାର ପ୍ରଶନ୍ନ ସାହୁଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories