www.samajalive.in
Monday, December 8, 2025
14.1 C
Bhubaneswar

ଏୟାରଟେଲ ଲଞ୍ଚ କଲା ୩୬୫ଦିନର ପ୍ଲାନ, ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ମିଳିବ ୧ଜିବି ଡାଟା

ନୂଆଦିଲ୍ଲୀ : ‘ଭାରତୀ ଏୟାରଟେଲ’ କମ୍ପାନୀ ‘ଜିଓ’କୁ ଟକ୍କର ଦେବାପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଏୟାରଟେଲ ୩୬୫ଦିନ ପାଇଁ ଏହି ପ୍ଲାନ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କୁ ସମସ୍ଥ ନେଟୱର୍କରେ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହି ପ୍ଲାନ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନରେ ପ୍ରତିଦିନ ୧ଜିବି ଡାଟା ସହିତ ଲୋକାଲ-ଏସଟିଡି କଲିଙ୍ଗ ଏବଂ ପ୍ରତିଦିନ ୧୦୦ମେସେଜ କରିପାରିବେ। ଏହାସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ଏୟାରଟେଲ ଟିଭିରେ ପ୍ରିମିୟମ କଣ୍ଟେଣ୍ଟର ଫ୍ରି ସବ୍ସକ୍ରୀସନ ରହିଛି। ଏହି ପ୍ଳାନର ସୁବିଧା ଏୟାରଟେଲ ଆପ୍‍ ଏବଂ ୱେବସାଇଟରୁ ନେଇପାରିବେ।

courtesy-Ndtvgadgets

ଏୟାଟେଲର ଏହି ପ୍ଲାନର ଟକ୍କର ସିଧାସଳଖ ଜିଓର ୧,୬୯୯ଟଙ୍କା ପ୍ଲାନ ସହିତ ହେବ। ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଜିଓର ଏହି ପ୍ଲାନର ବୈଧତା ମଧ୍ୟ ୩୬୫ଦିନ।
କହିରଖୁଛୁ ଭୋଡାଫୋନ ପାଖରେ ମଧ୍ୟ ୩୬୫ଦିନର ଏକ ପ୍ଲାନ ରହିଛି। ଯାହାର ମୂଲ୍ୟ ୧,୪୯୯ଟଙ୍କା, ସେହିଭଳି ବିଏସ୍‍ଏନ୍‍ଲର ୩୬୫ଦିନର ପ୍ଲାନର ମୂଲ୍ୟ ୧୩୧୨ଟଙ୍କା। ମାତ୍ର ଏହି ପ୍ଲାନ ଦ୍ୱାରା ପ୍ରତିଦିନ ୫ଜିବି ଡାଟା ମିଳିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories