www.samajalive.in
Sunday, December 14, 2025
16.1 C
Bhubaneswar

ଗୋଟିଏ କଦଳୀ – ଦାମ ୫୨ କୋଟି ଟଙ୍କା

ଡେସ୍କ: କଦଳୀ ବିଷୟରେ ଆମେ ସମସ୍ତେ ଜାଣୁ ଯେ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଫଳ। ଯେଉଁଥିରେ ଭିଟାମିନ୍ ଓ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ। କିନ୍ତୁ ଆପଣ କଳ୍ପନା କରିପାରିବେ କି ଗୋଟିଏ କଦଳୀର ମୂଲ୍ୟ ୫୨ କୋଟି ଟଙ୍କା ହୋଇପାରେ?ହଁ, ଆପଣ ଠିକ୍ ପଢିଛନ୍ତି। ଆମେରିକାର ନ୍ୟୁୟର୍କ ସହରରେ ଏକ ନିଲାମ ବେଳେ ଜଣେ ଚାଇନା ବ୍ୟବସାୟୀ ୫୨ କୋଟି ଟଙ୍କାରେ ଗୋଟିଏ କଦଳୀ କିଣିଛନ୍ତି।

ଇଟାଲୀର ଜଣାଶୁଣା ଚିତ୍ରଶିଳ୍ପୀ ମୌରିଜିଓ କାତାଲାନଙ୍କ ଏକ ନିଆରା କଳାକୃତି କାନ୍ଥରେ ଲାଗିଥିବା ତାଜା କଦଳୀ ସହିତ ବୁଧବାର ନିଲାମରେ ୫୨ କୋଟି ଟଙ୍କା (୬.୨ ନିୟୁତ ଡଲାର)ରେ ବିକ୍ରି ହୋଇଛି। ଏହି କଳାର ନାମ ‘ହାସ୍ୟ ଅଭିନେତା’ ରଖାଯାଇଛି ଏବଂ ଏହାକୁ ଜଣେ କ୍ରିପ୍ଟୋକରେନ୍ସି ବ୍ୟବସାୟୀ କିଣିଛନ୍ତି। ୨୦୧୯ ମସିହାରେ ଯେତେବେଳେ ପ୍ରଥମ ଆର୍ଟ ସୋ’ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଏହାକୁ ନେଇ ଜୋରଦାର ବିବାଦ ସୃଷ୍ଟି ହୋଇଥିଲା। ଏହାକୁ କଳା ବୋଲି ବିବେଚନା କରାଯିବା ଉଚିତ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

- Advertisement -

କଦଳୀରୁ ନିର୍ମିତ ଏହି କଳାକୁ ରୂପା ଡକ୍ଟ ଟେପ୍ ସାହାଯ୍ୟରେ କାନ୍ଥରେ ଲଗାଯାଇଛି। ନିଲାମରେ ସମୁଦାୟ ୭ ଜଣ ସମ୍ଭାବ୍ୟ କ୍ରେତା ଥିଲେ। ନିଲାମ ପୂର୍ବରୁ ୧ରୁ ୧.୫ ନିୟୁତ ଡଲାରର ଗାଇଡ ପ୍ରାଇସ୍ ପ୍ରକାଶ ପାଇଥିଲା। ନିଲାମ ସମୟରେ ଚୀନରେ ଜନ୍ମିତ କ୍ରିପ୍ଟୋ ପ୍ରତିଷ୍ଠାତା ଜଷ୍ଟିନ ସୁନ୍ ଏହାକୁ କିଣିବା ପାଇଁ ୬୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ। ୫ ବର୍ଷ ପୂର୍ବେ ଏହି କଳାକୁ ୧,୨୦,୦୦୦ ଡଲାରରେ ନିଲାମ କରାଯାଇଥିଲା।

କଦଳୀ କିଣିଥିବା ବ୍ୟବସାୟୀ ସୋନ କହିଛନ୍ତି, ଏହି କଳା ଭବିଷ୍ୟତରେ ଅଧିକ ଚିନ୍ତା ଓ ଆଲୋଚନାକୁ ପ୍ରେରଣା ଦେବ ଏବଂ ଇତିହାସର ଏକ ଅଂଶ ପାଲଟିବ ବୋଲି ମୋର ବିଶ୍ୱାସ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories