www.samajalive.in
Monday, December 15, 2025
16.1 C
Bhubaneswar

ମାଣିକପାଟଣା ଦହିକୁ ମିଳିବ ଜିଆଇ ମାନ୍ୟତା !

ପୁରୀ : ମାଣିକପାଟଣା ଦହିକୁ ମିଳିବ ଜିଆଇ ଟ୍ୟାଗ। ଏଥିପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଖୋଦ୍ କେନ୍ଦ୍ର ସରକାରଙ୍କ ଏନବିଏଆର୍ ସଂସ୍ଥା ଏକ ପ୍ରମାଣିତ ତଥ୍ୟ ପ୍ରସ୍ତୁତ କରୁଛି। ମାଣିକପାଟଣା ଦହିର ଐତିହ୍ୟ, ଔଷଧୀୟ ଗୁଣ ଏବଂ ସ୍ୱତନ୍ତ୍ରତା ସମ୍ପର୍କରେ ସେମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ଚିଲିକା ଭିତରେ ରହୁଥିବା ବିରଳ ପ୍ରଜାତିର ମଇଁଷିଙ୍କ କ୍ଷୀରରୁ ପ୍ରତ୍ୟହ ପ୍ରାୟ ୫ ରୁ ୧୦ କୁଇଣ୍ଟାଲ ଦହି ଏବେ ପ୍ରସ୍ତୁତ କରାଯାଉଛି।

ସେଥିରେ ରୋଗ ପ୍ରତିଷେଧକ ଗୁଣ ରହିଛି। କର୍କଟ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଆଦି ଭଲ ହେଉଥିବା ବିଶେଷଜ୍ଞ ଦାବି କରିଛନ୍ତି। ଚିଲିକା ମଇଁଷିଙ୍କ କ୍ଷୀର ଏବଂ ଦହି ନେବାକୁ ହରିୟାଣା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର କିଛି ସଂସ୍ଥା ନିୟମିତ ଆସୁଛନ୍ତି। ମାଣିକପାଟଣା ଦହିର ଔଷଧୀୟ ଗୁଣ ସମ୍ପର୍କରେ କିଛି ବୈଷୟିକ ରିପୋର୍ଟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିବା ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କମଳେଶ ପ୍ରଧାନ କହିଛନ୍ତି।

- Advertisement -

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ମାଣିକପାଟଣା ଗ୍ରାମ ଏକ ଐତିହାସିକ ଗ୍ରାମ। ମାଣିକ ଗଉଡୁଣୀ ନାମ ଅନୁଯାୟୀ ଏହି ଗ୍ରାମ ସମେତ ଗ୍ରାମ ପଞ୍ଚାୟତ ନାମିତ ହୋଇଛି। ଗବେଷକଙ୍କ ମତ ଅନୁଯାୟୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ବିଜୟ କରି ଫେରିବାବେଳେ ମାଣିକ ଗଉଡୁଣୀ ଠାରୁ ଦହି ପିଇ ତୃଷ୍ଣା

ମେଣ୍ଟାଇବା ପରେ ପ୍ରଭୁ ଖୁସି ହୋଇ ମାଣିକକୁ ଗୋଟିଏ ହୀରା ମୁଦି ଦେଇଥିଲେ। ସେବେଠାରୁ ଏହି ଗ୍ରାମ ମାଣିକପାଟଣା ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ସେଠାରୁ ପୁରୀ, ଭୁବନେଶ୍ବର, ବାଲୁଙ୍ଗା ଏବଂ ବ୍ରହ୍ମପୁରକୁ କ୍ଷୀର, ଦହି ଓ ଛେନା ପଠାଯାଉଛି। ମାଣିକ ପାଟଣା ଦହିର ସ୍ୱତନ୍ତ୍ରତା ହେଲା କୌଣସି ରାସାୟନିକ କିମ୍ବା ଔଷଧୀୟ ପ୍ରୟୋଗ ବିନା ଏହା ସାତଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷିତ ରହିପାରେ। ଦେଶର ଅନ୍ୟ ଅଞ୍ଚଳ ଗୁଡିକରେ ମାଟିପାତ୍ରରେ ଦହି ବିକ୍ରି ହେଉଥିବା ବେଳେ ମାଣିକପାଟଣା ଦହି ବାଉଁଶିଆରେ ପ୍ରସ୍ତୁତ ଏବଂ ବିକ୍ରୟ କରାଯାଏ। ମାଣିକପାଟଣା ଦହିକୁ ଜିଆଇ ଟ୍ୟାଗ ମିଳିଲେ ଏହି ଐତିହ୍ୟ ଗ୍ରାମ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିବ ବୋଲି ସମାଜସେବୀ ସୌମେନ୍ଦ୍ର ଦାସ କହିଛନ୍ତି। ଚିଲିକା ଜୈବ ବିବିଧତାର ସୁରକ୍ଷା ପାଇଁ ବିରଳ ପ୍ରଜାତିର ମଇଁଷିଙ୍କ ସୁରକ୍ଷା ଜରୁରୀ ବୋଲି ସେ କହିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories