ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ମକା
ସାଧାରଣତଃ ପ୍ରାୟ ସବୁ ବୟସର ଲୋକେ ମକା ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ପୋଡ଼ା ହେଉ ବା ସିଝା ମକା, ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ମକାରେ ଫୋଲିକ ଏସିଡ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ-ଏ, ଭିଟାମିନ-ବି, ମିନେରାଲ୍ସ, ମେଟାବୋଲିଜିମ୍ ଓ ଫାଇବର ସହ ଅନେକ ପୋଷକତତ୍ତ୍ୱ ଭରି ରହିଛି। ତେବେ ଚାଲନ୍ତୁ ଜାଣିବା ମକା ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –
ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଉପଯୋଗୀ :
ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍ ଏସିଡ୍ ଭରପୂର ମାତ୍ରାରେ ଥିବାରୁ ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ।
ହାଡ଼ ମଜବୁତ କରେ :
ମକା ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ। ମକାରେ ଥିବା ଜିଙ୍କ୍, ଫସଫରସ, ମ୍ୟାଗ୍ନେସିୟମ ଓ ଆଇରନ ହାଡକୁ ମଜଭୁତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ନିଜେ ଖାଇବା ସହ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ।
ଖାଦ୍ୟ ହଜମ କରେ :
ଖାଦ୍ୟ ହଜମ କରିବାରେ ମକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ପ୍ରଚୁର ମାତ୍ରାରେ ଥିବା ଫାଇବର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
ତ୍ୱଚାକୁ ଉଜ୍ଜଳ କରେ :
ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ। ଏଥିସହିତ ଚର୍ମ କୁଞ୍ଚନରୁ ମଧ୍ୟ ମୁକ୍ତି ଦେଇଥାଏ।
ଆଖି ପାଇଁ ଉପକାରୀ :
ମକାରେ ବିଟା କ୍ୟାରୋଟିନ ଓ ଭିଟାମିନ-ଏ ଥାଏ ଯାହା ଆଖି ପାଇଁ ବହୁତ ଲାଭପ୍ରଦ। ଏହା ଆଖିର ସମସ୍ୟାକୁ କମ କରେ ଓ ଦୃଷ୍ଟି ଶକ୍ତି ବୃଦ୍ଧି କରେ।
କିଡନୀ ସମସ୍ୟା ଦୂର କରେ :
କିଡନୀ ପାଇଁ ମଧ୍ୟ ମକା ବେଶ୍ ଲାଭଦାୟକ। ମକା ଦାନାରେ ଆଇରନ, କପର ଓ ଫସଫରସ୍ ରହିଛି। ଏହା ଖାଇବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ।
କୋଲେଷ୍ଟ୍ରଲ କମାଏ :
ମକାରେ ଭିଟାମିନ ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। ଏହା କୋଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୋଇଥାଏ।
କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର ଦୂର କରେ :
ମକା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର ହେବାର ସମ୍ଭାବନା କମ୍ ଥାଏ।