www.samajalive.in
Monday, December 15, 2025
17.1 C
Bhubaneswar

ଦୁଇ ଅନାଥ ଶିଶୁଙ୍କୁ ଥଇଥାନ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସରାସକୋଲା ପଞ୍ଚାୟତର ଜାମୁପଶି ଗ୍ରାମର ଦୁଇ ଭାଇଙ୍କର ଅକାଳ ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ଅନାଥ କରି ଛାଡ଼ି ପଳାଇଥିଲେ ସେମାନଙ୍କର ଦୁଇ ମାଆ । ଜେଜେ ବାପା ଓ ସାନ ଜେଜେ ମାଆଙ୍କ ସାହାରାରେ ଚଳି ଆସୁଥିବା ଦୁଇ ଅନାଥ ଶିଶୁଙ୍କୁ ଛାଡ଼ି କିଛି ଦିନ ତଳେ ଗୋଟିଏ ଜୁଇରେ ଜଳିଥିଲେ ଦୁଇ ବୃଦ୍ଧ ଓ ବୃଦ୍ଧା। ସୂଚନା ମୁତାବକ ଖମୁଆଁ ଜାମୁପଶି  ଗ୍ରାମର ସ୍ଵର୍ଗତ ସନୁ ମୁଣ୍ଡାଙ୍କର ଦୁଇ ପୁଅ  ସ୍ଵର୍ଗତ କୁନା ମୁଣ୍ଡା ଓ ସ୍ଵର୍ଗତ ମୁନା ମୁଣ୍ଡା ବିବାହ ପରେ ସୁଖ ଦୁଃଖରେ ସଂସାର ଚଳଉଥିବା ସମୟରେ ଦୁର୍ଭାଗ୍ୟ ବଶତଃ ବର୍ଷେ ବ୍ୟବଧାନରେ ଦୁଇ ବର୍ଷ ପୁର୍ବରୁ ଦୁଇ ଭାଇଙ୍କର ମୃତ୍ୟୁ ହେବାପରେ ଆଗ ପଛ ହୋଇ ଦୁଇ ନାବାଳକ ରହିତ ମୁଣ୍ଡା ( ୩ ବର୍ଷ ) ,ନାବାଳିକା ରଶ୍ମି ମୁଣ୍ଡା ( ୬ବର୍ଷ ) ଙ୍କୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ ଦୁଇ ମାଆ ।ଦୁଇ ଶିଶୁ ଅନାଥ ହେବା ପରେ ଏକମାତ୍ର ସାହାରା ଥିବା ଜେଜେ ବାପା ସ୍ଵର୍ଗତ ସନୁ ମୁଣ୍ଡା ମଧ୍ୟ ଗତ ୨୦/୧୦/୨୪ରିଖ ରବିବାର ଦିନ ମୃତ୍ୟୁ ହେବାର ଗୋଟିଏ ଘଣ୍ଟା ପରେ ସାନ ଜେଜେ ମାଆ ସ୍ଵର୍ଗତ ଜେମାମଣି ମୁଣ୍ଡାଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିଲା ।

ବୋଝ ଉପରେ ନଳିତା ବିଡା ପରି ଦୁଇ ଅନାଥଙ୍କର ସାହାରା ମଧ୍ୟ ବେଶାହାରା ହୋଇଯାଇଥିଲା। ଖବର ପାଇ ଭରସା ପରିବାର ଓଡ଼ିଶା ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ଓ  ଚଳଣୀ ପାଇଁ ଖାଦ୍ୟ ବସ୍ତ୍ର ପ୍ରଦାନ ପୂର୍ବକ ଗାଁ ସମ୍ପର୍କୀୟ କାକାଙ୍କ ପାଖରେ ଦୁଇ ଶିଶୁଙ୍କୁ ଥଇଥାନ କରାଯାଇଥିଲା। ପ୍ରତିଶ୍ରୁତି ମୁତାବକ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତି କରି ଆଜି ଭରସା ପରିବାର ଉକ୍ତ ଦୁଇ ଅନାଥ ଶିଶୁଙ୍କୁ କେନ୍ଦୁଝର ସ୍ଥିତ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସହାୟତାରେ ଖୋଲା ଯାଇଥିବା ପ୍ରଦାନ ସଂଗଠନ ପରିଚାଳିତ ମୁକ୍ତାଶ୍ରୟ କେନ୍ଦ୍ର ଠାରେ ଛାଡିଛନ୍ତି । ଭରସା ପରିବାରର ପାଟଣା ବ୍ଲକ ସଭାନେତ୍ରୀ ସ୍ନେହଲତା ନାଏକଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବେଛାସେବୀ ବେବିରାଣୀ ମହାପାତ୍ର ପ୍ରମୁଖ ମୁକ୍ତାଶ୍ରୟ କେନ୍ଦ୍ରରେ ତାଙ୍କୁ ଛାଡିଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories