www.samajalive.in
Sunday, December 14, 2025
19.1 C
Bhubaneswar

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ

ସିମୁଳିଆ : ମାର୍କୋଣା ମହତାବ ସ୍ମୃତି ସଂସଦ ପକ୍ଷରୁ ୧୨୫ ତମ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ବ୍ଳକ ରୋଡ଼ରେ ଥିବା ମହତାବ ମଣ୍ଡପରେ ମହତାବ ସ୍ମୃତି ସଂସଦର ସଭାପତି ସାଧୁଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାଟିକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ପ୍ରଶାନ୍ତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସେନା ନିବୃତ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିନୋଦ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହି ମଞ୍ଚରେ ଅତିଥିଙ୍କ ଦ୍ଵାରା ସାହିତ୍ୟ ପତ୍ରିକା ନମସ୍ୟର ଉନ୍ମୋଚନ ହୋଇଥିଲା ।

ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ମହତାବ ମଣ୍ଡପସ୍ଥିତ ଉତ୍କଳ କେଶରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସଵ ସ୍ମୃତି ସଂସଦ ଉପସଭାପତି ଡ଼.ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋକୁଳାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ମିଶ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କବି ସାବିତ୍ରୀ, କବିଚିନ୍ମୟୀ ବଳ ଓ କଳ୍ପନା ପାଢୀ ପ୍ରମୁଖ ସଂଯୋଜନା କରିଥିଲେ ।  ଏହି ଅବସରରେ ସେହି ମଞ୍ଚରେ ବିନୋଦ ବିହାରୀ ମହାନ୍ତିଙ୍କୁ ସିମୁଳିଆ ସୌରଭ ସମ୍ମାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡାଙ୍କୁ ଶିକ୍ଷକ ରତ୍ନ ବଙ୍କୀମ ଚନ୍ଦ୍ର ମହାରଣା ସ୍ମୃତି ସମ୍ମାନ, ସେନା ନିବୃତ୍ତା ଶିକ୍ଷୟିତ୍ରୀ ବିଶ୍ଵମୈତ୍ରୀ ନାୟକଙ୍କୁ ଜମ୍ବୁବତୀ ରତ୍ନଶୀ ସମ୍ମାନ, ମଧୁମଲିକା ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ମିଶ୍ରକୁ ଶିକ୍ଷକ ଗୌରବ ସଂଯୁକ୍ତା ମହାପାତ୍ର ସ୍ମୃତି ସମ୍ମାନ, ଇଂଜିନିୟରିଂ ଛାତ୍ର ଭକ୍ତି ଚରଣ ବେହେରାଙ୍କୁ ମହତାବ ମେଧାବୃତ୍ତି, ବ୍ଳକ ଟପ୍ପର ସୁଶ୍ରୀ ମୌସୁମୀ ମହାପାତ୍ରଙ୍କୁ ଅସୁମାରୀ ମେଧା ପ୍ରୋତ୍ସାହନରେ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories