www.samajalive.in
Saturday, December 6, 2025
19.1 C
Bhubaneswar

ସୁନ୍ଦରତା ପାଇଁ ଏପରି କରନ୍ତୁ ଘିଅର ବ୍ୟବହାର

ଆଧୁନିକ ଜୀବନଶୈଳୀରେ ନିଜକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଲୋକେ ଘିଅର ବ୍ୟବହାର ଠାରୁ ନିଜକୁ ଦୂରରେ ରଖିଥାଆନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ବର୍ତ୍ତମାନ ଏହା ମନରୁ ଦୂର କରି ଦିଅନ୍ତୁ। ଘିଅର ବ୍ୟବହାର କିପରି କଲେ ଏହା ଆମ ପାଇଁ ଲାଭଦାୟକ ହେବ ତାହା ହୁଏତ ସଭିଏଁ ଜାଣି ନଥିବେ। ବିଶେଷ କରି ଥଣ୍ଡା ଦିନରେ ମୁହଁରେ ଘିଅ ଲଗାଇଲେ ଏହାର ମୁହଁର ବିଭିନ୍ନ ସମସ୍ୟା ଦୂର କରିଥାଏ। ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ….
ବହୁ ଲୋକଙ୍କର ମୁହଁ ଶୁଷ୍କ ଅଟେ। ଅଳ୍ପ କିଛି ଘିଅକୁ ନେଇ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ୱାରା ମୁହଁର ଶୁଷ୍କପଣ ଦୂର ହୋଇଥାଏ। ମୁହଁ ଉଜ୍ୱଳ ଓ କୋମଳ ହୋଇଥାଏ।
ତଡ଼କା ହେଉ ଅଥବା ଡ଼ାଲିକୁ ଘିଅରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ଅଧିକ ବୟସ ହେଲେ ମଧ୍ୟ କମ ବୟସର ଭଳି ଜଣାପଡ଼ିବେ। ଏଥିରେ ଭିଟାମିନ ଇ ଥିବାରୁ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଆଖି ତଳର କଳା ଦାଗ ଦୂର କରିବା ପାଇଁ ସପ୍ତାହକୁ ୩ ରୁ ୪ ଥର ଏକ ବୁନ୍ଦା ଘିଅ ଭଲ ଭାବେ ମାଲିସ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ସଂପୂର୍ଣ୍ଣ ଦୂର ହୋଇଥାଏ।
ଓଠର କଳାପଣ ଦୂର କରିବା ପାଇଁ ଓ ଓଠକୁ ନରମ କରିବା ପାଇଁ ନିୟମିତ ଘିଅର ବ୍ୟବହାର କରନ୍ତୁ। ରାତିରେ ଶୋଇବା ସମୟରେ ଘିଅକୁ ଓଠରେ ମାଲିସ କରି ଶୁଅନ୍ତୁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories