www.samajalive.in
Monday, December 8, 2025
27.1 C
Bhubaneswar

ମାଘ ମାସର ମହତ୍ତ୍ବ; ପାପରୁ ମୁକ୍ତି ପାଇଁ ରାଶି ଅନୁସାରେ କରନ୍ତୁ ଉପାୟ

ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ବ ରହିଥାଏ । ଏହି ମାସରେ ପବିତ୍ର ନଦୀରେ ସ୍ନାନ କଲେ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ପୁରାଣ ଅନୁସାରେ ସଙ୍ଗମ ନଦୀରେ ବୁଡ(ସ୍ନାନ) ପକାଇବାର ବିଶେଷ ମହତ୍ତ୍ବ ରହିଛି । ପ୍ରୟୋଗରାଜର ସଙ୍ଗମ ତଟରେ ବ୍ରହ୍ମା, ବିଷ୍ଣୁ, ମହଦେବ, ଇନ୍ଦ୍ର ଓ ଆଦିତ୍ୟ ଗମନ କରିଥାଆନ୍ତି । ମାଘ ମାସର ସ୍ନାନ ନାରାୟଣଙ୍କ କୃପା ପାଇବାର ସହଜ ଉପାୟ ବୋଲି ପୁରାଣରେ କୁହାଯାଇଛି ।

ମାଘ ମାସରେ ରାଶି, ଗୁଡ ଓ ଶୀତବସ୍ତ୍ର ଦାନ କରିବା ଦ୍ବାରା କର୍ମକ୍ଷେତ୍ରରେ ସଫଳତା ମିଳିଥାଏ । ଏହା ସହ ମକଦ୍ଦମାରେ ମଧ୍ୟ ଜୟ ହୋଇଥାଏ । ବିଷ୍ଣୁ ଧର୍ମସୂତ୍ର ଶାସ୍ତ୍ରରେ ମାଘ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀରେ ସ୍ନାନ କରିବା ଶ୍ରେଷ୍ଠ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ମାଘ ମାସରେ କିଭଳି ସ୍ନାନ କରିବା ଦ୍ବାରା ସୌଭାଗ୍ୟ ଆସିଥାଏ ।

- Advertisement -

ମେଷ: ପାଣିରେ କଳା ରାଶି ପକାଇ ସ୍ନାନ କରନ୍ତୁ । ସମସ୍ତ ବାଧା ଦୂର ହେବ ।

ବୃଷ: ପାଣିରେ ସନ୍ଦୁର ମିଶାଇ ସ୍ନାନ କରନ୍ତୁ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ ।

ମିଥୁନ: ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

କର୍କଟ: ପାଣିରେ କଳା ଲୁଣ ମିଶାଇ ସ୍ନାନ କରନ୍ତୁ । ଦୁର୍ଘଟଣାରୁ ବର୍ତ୍ତିବେ ।

ସିଂହ: ପାଣିରେ ଅତର ମିଶାଇ ସ୍ନାନ କରନ୍ତୁ । ପରାକ୍ରମ ହେବ ।

କନ୍ୟା: ପାଣିରେ କ୍ଷୀର ମିଶାଇ ସ୍ନାନ କରନ୍ତୁ । ଧନ ଲାଭ ହେବ ।

ତୁଳା: ପାଣିରେ ମହୁ ମିଶାଇ ସ୍ନାନ କରନ୍ତୁ । ଶତ୍ରୁ ପରାସ୍ତ ହେବ ।

ବିଚ୍ଛା: ପାଣିରେ ଧଳା ଚନ୍ଦନ ପକାଇ ସ୍ନାନ କରନ୍ତୁ । ଏଥିର ସୌଭାଗ୍ୟ ପ୍ରାପ୍ତି ହେବ ।

ଧନୁ: ପାଣିରେ ମେହେନ୍ଦି ମିଶାଇ ସ୍ନାନ କରନ୍ତୁ । ଅଟକି ଥିବା କାର୍ଯ୍ୟ ପୁରା ହେବ ।

ମକର: ପାଣିରେ ଗୋଟା ଲୁଣ ପକାଇ ସ୍ନାନ କରନ୍ତୁ । ଏହା ଦ୍ବାରା ଋଣରୁ ମୁକ୍ତି ମଳିବ ।

କୁମ୍ଭ: ପାଣିରେ ଦହି ମିଶାଇ ସ୍ନାନ କରନ୍ତୁ । ରୋଗ ବ୍ୟାଧି ଦୂର ହେବ ।

ମୀନ: ପାଣିରେ ଲେମ୍ବୁ ରସ ମିଶାଇ ସ୍ନାନ କରନ୍ତୁ । ଅନିଷ୍ଟ ଦୂର ହେବ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories