www.samajalive.in
Sunday, December 14, 2025
15.1 C
Bhubaneswar

ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଭୋଟ୍‌ : ୨୩ରେ ଫଳାଫଳ

ନୂଆଦିଲ୍ଲୀ : ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ପାଇଁ ଭୋଟ୍ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଆଜି ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ମତଦାନ ହେଉଛି। ଝାଡଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ବି ମତଦାନ ଆରମ୍ଭ ହୋଇଛି।  ମହାରାଷ୍ଟ୍ର ନିର୍ବାଚନରେ ରାଜ୍ୟର ୯.୭ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ୧ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ମହାରାଷ୍ଟ୍ର ନିର୍ବାଚନରେ ୪୧୩୬ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨୦୮୬ ଜଣ ସ୍ବାଧୀନ ପ୍ରାର୍ଥୀ। ନିର୍ବାଚନ ଲଢୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ, ଆଦିତ୍ୟ ଠାକରେ, ମିଲିନ୍ଦ ଦେଓରା, ନୱାବ ମଲିକ, ଅଜିତ୍ ପୱାର, ରୋହିତ ପାଟିଲ। ଝାଡଖଣ୍ଡର ଦ୍ବିତୀୟ ନିର୍ବାଚନରେ ୫୨୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରୁ ୪୭୨ଜଣ ପୁରୁଷ, ୫୫ଜଣ ମହିଳା ଓ ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ, ବିରୋଧୀ ଦଳ ନେତା ଅମନ କୁମାର ବାଉରି।  ତେବେ ଝାଡଖଣ୍ଡର ୩୧ଟି ମତଦାନ କେନ୍ଦ୍ରରେ ଅପରାହ୍ଣ ୪ଟାରେ ଭୋଟ ଗ୍ରହଣ ଶେଷ ହେବ। ମହାରାଷ୍ଟ୍ର ଓ ଝାଡଖଣ୍ଡ ବ୍ୟତୀତ ଉତ୍ତରପ୍ରଦେଶର ୯, ପଞ୍ଜାବର ୪ ଓ କେରଳର ଗୋଟିଏ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି। ନଭେମ୍ବର ୨୩ରେ ସମସ୍ତ ଆସନରେ ଭୋଟ ଗଣତି ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories