www.samajalive.in
Saturday, December 6, 2025
23.1 C
Bhubaneswar

ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଆମେରିକାରେ ଗିରଫ

ନୂଆଦିଲ୍ଲୀ : କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲକୁ ଆମେରିକାରେ ଗିରଫ କରାଯାଇଥିବା ଜଣାପଡିଛି। ପଞ୍ଜାବୀ ଗାୟକ ସିଧୁ ମୁସେୱାଲା, କର୍ଣ୍ଣି ସେନା ସଭାପତି ସୁଖଦେବ ସିଂହ ଗୋଗାମେଦି ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଭଳି ସମ୍ବେଦନଶୀଳ ହତ୍ୟା ଘଟଣାରେ ଅନମୋଲ ସଂପୃକ୍ତ ଥିବାବେଳେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ମୁମ୍ବଇସ୍ଥିତ ବାସଭବନ ଊପରକୁ ଗୁଳିମାଡ ଘଟଣାରେ ମଧ୍ୟ ଅଭିଯୁକ୍ତ ତାଲିକାଭୁକ୍ତ ହୋଇଛି। ଚଳିତମାସ ପ୍ରାରମ୍ଭରେ ମୁମ୍ବଇ ପୁଲିସ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଅନମୋଲକୁ ଆମେରିକାରୁ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏଥସହିତ ମହାରାଷ୍ଟ୍ରର ଏକ ସ୍ବତନ୍ତ୍ର ଅଦାଲତ ତରଫରୁ ଅନମୋଲ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିଲା। ଅନମୋଲକୁ ଗିରଫ କରିବାକୁ ଇଣ୍ଟରପୋଲ୍‌ର ସହାୟତା ମଧ୍ୟ ନିଆଯାଇଥିଲା। ଫଳରେ ଇଣ୍ଟରପୋଲ ପକ୍ଷରୁ ଅନମୋଲ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯାଇଛି। ପଞ୍ଜାବର ଫଜିଲକା ଜିଲାରେ ଜନ୍ମଗ୍ରହଣ କରିଥିବା ଅନମୋଲ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି। ଗିରଫ ଭୟରେ ସେ ଜାଲ ପାସପୋର୍ଟ ବ୍ୟବହାର କରି ବିଦେଶ ପଳାୟନ କରିଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ମୋଷ୍ଟ ୱାଣ୍ଟେଡ ତାଲିକାରେ ଅନମୋଲ ସ୍ଥାନ ପାଇଥିବାବେଳେ ତାକୁ ଧରାଇଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇସାରିଛି। ଅନମୋଲ ପ୍ରଥମେ କାନାଡାରେ ବାସ କରୁଥିବା ଅନୁମାନ କରାଯାଉଥିଲା। ତେବେ ନିଜକୁ ଅସୁରକ୍ଷିତ ମନେ କରିବା ପରେ ସେ ଆମେରିକା ଚାଲିଯାଇଥିବା କୁହାଯାଇଛି। ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ ଅବସ୍ଥାନ କରୁଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories