www.samajalive.in
Monday, December 15, 2025
16.1 C
Bhubaneswar

ନୟନଜୋରିକୁ ଓଲଟିଲା କାର୍‍ ; ୪ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ନିକଟ ପୋଟଳ ଗ୍ରାମ୍ୟଛକ ଠାରେ ରବିବାର ଅପରାହ୍ନରେ ଏକ କାର୍‍ ଭାରସାମ୍ୟ ହରାଇ ରାସ୍ତା କଡ ନୟନଜୋରି ମଧ୍ୟକୁ ଓଲଟି ପଡିଛି । ଫଳରେ କାର୍‍ ମଧ୍ୟରେ ଥିବା ୪ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାଇ, କଟକରୁ ଏକ କାର୍‍ ଯୋଗେ ୪ଜଣ ସାଙ୍ଗ ପୁରୀକୁ ବୁଲିବାକୁ ଯାଉଥିବା ବେଳେ ପୋଟଳ ଗ୍ରାମ୍ୟଛକ ନିକଟରେ ହଠାତ ଏକ କୁକୁର ଉକ୍ତ କାର୍‍ ସାମ୍ନାକୁ ଦୌଡି ଆସିଥିଲା । ଫଳରେ ଚାଳକ କାର୍‍କୁ ରାସ୍ତାର ବାମପାଶ୍ୱର୍କୁ କାଟି ଦେଇଥିବା ବେଳେ ଭାରସାମ୍ୟ ହରାଇ କାର୍‍ଟି ରାସ୍ତା କଡ ନୟନଜୋରି ମଧ୍ୟକୁ ଖସି ପଡି ଓଲଟି ପଡିଥିଲା । ସାତଶଙ୍ଖ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories