www.samajalive.in
Sunday, December 14, 2025
14.1 C
Bhubaneswar

ଗୁପ୍ତେଶ୍ଵର ଯିବାବେଳେ ଘାଟିରେ ଓଲଟିଲା ଭ୍ୟାନ୍: ମହିଳା ମୃତ

ମୋହନା: ଗଜପତି ଜିଲ୍ଲା ମୋହନା କେନ୍ଦୁ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମିନି ଭ୍ୟାନ୍ ଘାଟିରେ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଶନିବାର ରାତିରେ ଗୋଟିଏ ପରିବାର ଏକ ଭ୍ୟାନ୍ ଯୋଗେ ଭୁବନେଶ୍ଵରରୁ ଗୁପ୍ତେଶ୍ଵର ଆସୁଥିଲେ। ଆଜି ଭୋର୍ ସମୟରେ ମୋହନା ଥାନା ରାମଗଡ ନିକଟସ୍ଥ କେନ୍ଦୁଘାଟି ଅତିକ୍ରମ କରୁଥିଲେ। ଏତିକି ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଜଣକ ଫେରାର ହୋଇଯାଇଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories