www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣା: ସମଗ୍ର ଭାରତ ବର୍ଷରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ୧୩୫ତମ ଜନ୍ମ ଜୟନ୍ତୀକୁ ମନେ ପକାଇ ଶିଶୁ ଦିବସ ପାଳିତ ହୋଇଛି। ନେହେରୁଙ୍କ ଚିନ୍ତନକୁ ସଫଲ୍ୟ ମଣ୍ଡିତ କରିବା ନିମନ୍ତେ ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳନ ଉପଲକ୍ଷେ ଶିକ୍ଷାର ଗୁଣାତ୍ମକ ମୂଲ୍ୟବୋଧ ଓ ଅଭିବୃଦ୍ଧି ନିମନ୍ତେ ଶତାଧିକ ଶିଶୁଙ୍କୁ ପୁସ୍ତକ ବଣ୍ଟନ, ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କରାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କୁ ଦେଶ ପ୍ରେମ, ଅହିଂସା ନୀତି ଭଳି ଅନେକ ସାମାଜିକ ଶିକ୍ଷା ଓ ଚିନ୍ତନ ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କବିତା ସ୍ୱାଇଁ, ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ମହାନ୍ତ, ଶିକ୍ଷକ ଶିବ ଚରଣ ମହାନ୍ତ, ବଳଭଦ୍ର ମହାପାତ୍ର, ଅମିତ୍ ଦାସ ଉପସ୍ଥିତି ଥିଲେ। ଏଥି ସହିତ ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ମନୋଜ କୁମାର ମହାନ୍ତ, ସମ୍ପାଦକ ରଣଜିତ୍ କୁମାର ମହାନ୍ତ, ସୁଶାନ୍ତ କୁମାର ମହାନ୍ତ, ତ୍ରିଲୋଚନ ମହାନ୍ତ, ମହେନ୍ଦ୍ର ମହାନ୍ତ, ବିପିନ ବିହାରୀ ମହାନ୍ତ, ସୁବାସ ଚନ୍ଦ୍ର ମହାନ୍ତ, ପଟେଲ ମହାନ୍ତ, ଅରୁଣ କୁମାର ମହାନ୍ତ, ପୁଥୁଲ୍ ମହାକୁଡ, ଡମ୍ବରୁଧର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories