www.samajalive.in
Tuesday, December 9, 2025
15.1 C
Bhubaneswar

ରାଇକିଆରେ ଶିଶୁ ଦିବସ ପାଳନ

ରାଇକିଆ: ସମଗ୍ର ବିଶ୍ଵରେ ଶିଶୁଙ୍କୁ ପ୍ରାଧାନ୍ୟ ଦେବା ଉଦ୍ଧେଶ୍ୟରେ ଶିଶୁ ଦିବସ ପାଳନ କରାଯାଏ। ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥି ରେ ଶିଶୁ ଦିବସ ପାଳନ କରାଯାଏ।ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ। ଚାଚା ନେହେରୁ ଶିଶୁ ମାନଙ୍କୁ ବହୁତ ସ୍ନେହ ,ଶ୍ରଦ୍ଧା, ଭଲ ପାଉଥିଲେ।ଏହି ଅବସରରେ ରାଇକିଆ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଛି।ସ୍ଥାନୀୟ ସେଣ୍ଟ୍ କାଥାରିନ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଡ଼ରତୀ ବିଟ୍ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଶିଶୁ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରାଯାଉଥିଲା ଏବଂ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ଦ୍ବାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରାଛନ୍ତି । ସ୍ଥାନୀୟ ଅରଫାନ ଆଶ୍ରମରେ ରହୁଥିବା କୋମଳ ମତି ଶିଶୁ ମାନଙ୍କ ଗହଣରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏହି ଦିବସ ପାଳନ କରି କିଛି ଉପହାର ପ୍ରଦାନ କରିଥିଲେ।ସେହିପରି ସ୍ଥାନୀୟ ବିଜୟ ହାଇସ୍କୁଲ, କନଭେଣ୍ଟ୍ ବାଳିକା ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ସରକାରୀ ଉପ୍ରା ବିଦ୍ୟାଳୟ, କସ୍ତୁରବା ବିଦ୍ୟାଳୟ, ବେରେଡାକିଆ ସେବାଶ୍ରମ,ସରସ୍ଵତୀ ଶିଶୁ ବିଦ୍ୟାର, ସୁଗଡବାଡି ହାଇସ୍କୁଲ, ମାହୁପାଙ୍ଗା ପରି ସମସ୍ତ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କୁ କିଛି ଉପହାର ପ୍ରଦାନ କରାଯାଇ ଶିଶୁ ଦିବସ ପାଳିତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories