www.samajalive.in
Saturday, December 13, 2025
23.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କନ୍ୟା ଓ ଶିଶୁ ଶିବିର

କେନ୍ଦୁଝରଗଡ଼: କଲେଜରୋଡସ୍ଥ ବଣିଆପାଟ ସରସ୍ୱତୀ ଶିଶୁ ମନ୍ଦିରରେ ଶନିବାର କନ୍ୟା ଓ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପରିଚାଳନା ସମିତି ସଭାପତି ଡ. ଅନୀଲ କୁମାର ଦାସ ଉଦ୍‌‌ଘାଟନ କରିଥିବା ବେଳେ ସମ୍ପାଦକ ଭାଗୀରଥି ଗିରି, ସଦସ୍ୟା ମନ୍ଦାକିନି ବେହେରା, ପଦ୍ମାବତୀ ଅମାତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଆୟୋଜିତ କନ୍ୟା ଶିବିରରେ ଯୋଗ ଦେଇଥିବା ଶିଶୁ କନ୍ୟାମାନଙ୍କୁ ମୟୁରଭଞ୍ଜ ଜିଲା ଆୟୁଷ ମନ୍ତ୍ରାଳୟର ଯୋଗ ପ୍ରଶିକ୍ଷିକା ରଶ୍ନିରଞ୍ଜିତା ମହାନ୍ତ ଓ ସହଯୋଗୀ କେତକୀ ମହାନ୍ତ ଯୋଗ ମାଧ୍ୟମରେ ଦିନଚର୍ଯ୍ୟା ଶିଖାଇଥିଲେ। ସେହିଭଳି ହୋମିଓପାଥିକ ଡାକ୍ତର ସମ୍ମିତା ସାହୁ କିଶୋରୀ ଛାତ୍ରୀମାନଙ୍କୁ ସୋମନଙ୍କ ଶାରୀରିକ ସମ୍ବନ୍ଧୀୟ ଜୀବନଶୈଳୀ ସମ୍ପର୍କରେ ପରମର୍ଶ ଦେଇଥିବା ବେଳେ କେନ୍ଦୁଝରଗଡ଼଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ। ବିଶ୍ୱବନ୍ଦିତା ଦାସ ଯୋଗଦେଇ ଦୈନଦିନ ଖାଦ୍ୟପେୟ ଓ ପୋଷାକ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଶିବିରରେ ଶିଶୁ ଛାତ୍ରୀ ମାନଙ୍କ ଦ୍ୱାରା ଲୁକାୟିତ ବିଭିନ୍ନ କଳାକୈଶଳ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଶିଶୁ ଛାତ୍ରୀମାନଙ୍କ ଦ୍ୱାରା ପୁଚି, ଦଉଡି ଡିଆଁ, ମ୍ୟୁଜିକ୍‌‌ ଚେୟାର, ପିଠାପଣା ପ୍ରସ୍ତୁତି, ଝୋଟି ଆଦି ପ୍ରତିଭା ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରସଙ୍ଗରେ କନ୍ୟା ଶିବିରର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ସେବାବ୍ରତୀ ପରିଚାଳନା କରିଥିଲୋ

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories