www.samajalive.in
Wednesday, December 10, 2025
18.1 C
Bhubaneswar

ଯାଦବ ମହାସଭା ପକ୍ଷରୁ ବାଦାମପଟିରେ ଗୋଷ୍ଠାଷ୍ଟମୀ ପାଳିତ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଯାଦବ ମହାସଭା ପକ୍ଷରୁ ଯାଦବ ସମାଜର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ସଦର ବ୍ଲକ ଯାଦବ ସମିତି ତରଫରୁ ଶନିବାର ଶିରିଷପାଳ ପଞ୍ଚାୟତ ବାଦାମପଟି ଗ୍ରାମରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ସହସ୍ରାଧିକ ଗୋମାତାଙ୍କ ସେବା କରାଯାଉଥିବା ବାଦାମପଟି ଗ୍ରାମରେ ସକାଳୁ କଳସ ଶୋଭାଯାତ୍ରା, କୃଷ୍ଣ ବଳରାମ ଗାଁ ପରିକ୍ରମା, ଭାଗବତ ପରାୟଣ, ଗୋ ପୂଜା ଓ ବନ୍ଦାପନା, ଯାଦବ ସଭା ଓ ସମ୍ବର୍ଦ୍ଧନା ସଭା ଯଥାବିଧି ଅନୁଷ୍ଠିତ ହୋଇଅଛି। ଜିଲା ଯାଦବ ମହାସଭା ଉପଦେଷ୍ଟା ତଥା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ମହାସଭା ଉପସଭାପତି ବିଶ୍ୱନାଥ ବାରିକ ଓ ସଦର ବ୍ଲକ ସଭାପତି ଅକ୍ଷୟ ଦାସଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହରିଚନ୍ଦନପୁର ବ୍ଲକ ସଭାପତି ଶୁକଦେବ ମହାକୁଡ, ଆନନ୍ଦପୁର କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ନାହକ, ଜିଲା ସଙ୍ଗଠନ ସମ୍ପାଦକ ମାର୍କଣ୍ଡ ଗିରି, ସମ୍ପାଦକ ଲାଲ ମୋହନ ଗିରି, ଘଟଗାଁ ପ୍ରତିନିଧି ରମାକାନ୍ତ ପ୍ରଧାନ, ଯୋଡ଼ା ବ୍ଲକ ସମ୍ପାଦକ ସୁଶାନ୍ତ ବାରିକ, ଜିଲା ଉପଦେଷ୍ଟା କ୍ଷେତ୍ରବାସୀ ମହାକୁଡ, ନିରଞ୍ଜନ ବାରିକ, ଆକୁଳି ଚକ୍ର, କେଶନ କୁମାର ଲେଙ୍କା, ଦେବବ୍ରତ୍ତ ଗିରି, ଲାଲମୋହନ ଗିରିଙ୍କ ସହ ଶତାଧିକ କର୍ମକର୍ତ୍ତା ଓ ଗ୍ରାମବାସୀ ଏହି ମହୋତ୍ସବରେ ସାମିଲ ହୋଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories