ମଧ୍ୟପ୍ରଦେଶରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା

0

ଭୋପାଳ : ମଧ୍ୟପ୍ରଦେଶ ବଲୱାଡିରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ବିଜେପି ନେତା ଜଣଙ୍କ ହେଉଛନ୍ତି ମନୋଜ ଠାକରେ। ଠାକରେ ରବିବାର ସକାଳେ ପ୍ରାତଃ ଭ୍ରମଣ ପାଇଁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହ ୱାଲା ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ରକ୍ତ ଲାଗିଥିବା ପଥର ଖଣ୍ଡ ଜବତ କରାଯାଇଛି। ପୁଲିସ କହିବା ଅନୁଯାୟୀ କୌଣସି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ୪ଦିନ ମଧ୍ୟରେ ରାଜ୍ୟରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା କରାଗଲାଣି। ଗତ ଗୁରୁବାର ମଣ୍ଡସୌର ମ୍ୟୁନିସିପାଲିଟିର ବିଜେପି ସଭାପତି ପ୍ରହଲାଦ ବନ୍ଦୱାରଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି।

Leave A Reply