www.samajalive.in
Saturday, December 6, 2025
14.1 C
Bhubaneswar

କଟକରେ ଲଜ୍ଜା; ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ନିଜ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ

କଟକ : କଟକରେ ଲଜ୍ଜା। ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ପୁରୁଷ ବନ୍ଧୁ ନିଜର ଅନ୍ୟ କିଛି ସାଙ୍ଗ ମିଶି ଦୁଷ୍କର୍ମ କରିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି। ବାଦାମବାଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ।

 

- Advertisement -

 

ଖୁସି ଖବର ; ପୁଣି କମିଲା ସୁନା ଦାମ୍‌ , ୧୦ ଗ୍ରାମକୁ ଏତିକି ଟଙ୍କା..

ସୂଚନାନୁଯାୟୀ, ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହାପରେ ସେଠାରେ ଛାତ୍ରୀଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ତାଙ୍କ ପୁରୁଷ ବନ୍ଧୁ। ଆଉ ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭରତପୁର ଅଞ୍ଚଳର ଯୁବକ। ଏହି ଭିଡିଓ ରଖି କାଫେ ମାଲିକ ଓ ପୁରୁଷ ବନ୍ଧୁର ସାଙ୍ଗମାନେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଁଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଶ୍ଲୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories