www.samajalive.in
Saturday, December 6, 2025
26.1 C
Bhubaneswar

ବିରଳ ଅସ୍ତ୍ରୋପଚାର କରି ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତର

ବୁର୍ଲା : ବୁର୍ଲା ଭିମସାର ହସପିଟାଲର ତତ୍କାଳୀନ ବିଭାଗୀୟ ମୁଖ୍ୟ ତଥା ଷ୍ଟେମସେଲ ସୁଖ୍ୟାତି ନାମା ବିଶେଷଜ୍ଞ ଶ୍ରୀବତ୍ସ ମହାପାତ୍ର ଜଣେ ରକ୍ତ ଶିକୁଳି ରୋଗୀର ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତେବେ ପ୍ରଫେସର ମହାପାତ୍ର ସୂଚନା ମୁତାବକ ଜଣେ ରକ୍ତ ଶିକୁଳି ରୋଗୀ ଜଣକ ରକ୍ତହୀନତା, ଜଣ୍ଡିସ୍ ଏବଂ ପେଟରେ ପ୍ରବଳ ଯନ୍ତ୍ରଣା, ଅଭିବୃଦ୍ଧି ଅବସାଦଗ୍ରସ୍ତ ସହିତ ଅସୁସ୍ଥ କୋଷ ରୋଗ। ରୋଗୀର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ପ୍ରଫେସର ମହାପାତ୍ର ଉକ୍ତ ରୋଗୀର ବିରଳ ଅସ୍ତ୍ରୋପଚାର କରିବା ପାଇଁ ମନସ୍ଥ କରିଥିଲେ ଯାହାକି ଏକ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ରହିଥିଲା। ରୋଗୀର ସ୍ପ୍ଲିନ ବାହାର କରି ଦିଆଯାଇଥିଲା ଯାହାକି ରୋଗୀର ରକ୍ତ ଖାଉଥିଲା। ତାକୁ ବାହାର କରାଯାଇ ଏବଂ ପୁଣି ଗଲ୍ ବ୍ଲାଡର ବାହାର କରିଥିଲେ ପ୍ରଫେସର ମହାପାତ୍ର। ଯାହାକି ରୋଗୀର ପେଟରେ ଯନ୍ତ୍ରଣା ଅନୁଭବ ସୃଷ୍ଟି କରିଥିଲା। ତେବେ ରୋଗୀ ଜଣକ ଅନେକ ଦିନ ହେବ ଯନ୍ତ୍ରଣା ଭୋଗ କରିବା ସହିତ ଉକ୍ତ ରୋଗୀର ରକ୍ତର ମାତ୍ରା ମଧ୍ୟ ହ୍ରାସ ପାଇ ଚାଲିଥିଲା ଅନେକ ମେଡ଼ିକାଲ ଯାଇ ନିରାଶ ହୋଇ ଯାଇଥିଲେ ପରିବାର ବର୍ଗ। ତେବେ ସଫଳତାର ସହିତ ଉକ୍ତ ରକ୍ତ ଶିକୁଳି ରୋଗୀର ଅସ୍ତ୍ରୋପଚାର ଏକ ଘରୋଇ ନର୍ସିଂହୋମରେ ହୋଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories