ପଟିଆ ହଷ୍ଟେଲ୍‌ରୁ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହଷ୍ଟେଲ୍‌ ରୁମ୍‌ରୁ ଗୁରୁବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପଟିଆ ସ୍ଥିତ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତ ଛାତ୍ରୀଙ୍କ ଘର କଟକରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ହଷ୍ଟେଲରେ ରହି ପାଠ ପଢୁଥିଲେ । ଏହା ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଉଷାଙ୍କୁ ପ୍ରଶଂସା କଲେ ଟ୍ରମ୍ପ; କହିଲେ ଉଷା ମୋଠାରୁ ଅଧିକ ଦକ୍ଷ..

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

 

Comments are closed.