www.samajalive.in
Monday, December 8, 2025
14.1 C
Bhubaneswar

ମିଠୁନଙ୍କ ବିରୋଧରେ ଦୁଇଟି ଏତଲା

କଲକାତା: ପଶ୍ଚିମବଙ୍ଗରେ ଏକ ଦଳୀୟ କାର‌୍ୟ୍ୟକ୍ରମ ଅବସରରେ ଘୃଣ୍ୟ ଭାଷଣ ପ୍ରଦାନ କରିଥିବାରୁ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ବଲିଉଡ୍ ଅଭିନେତା ତଥା ବିଜେପି ନେତା ମିଠୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦୁଇଟି ଏତଲା ରୁଜୁ କରାଯାଇଛି। ଅକ୍ଟୋବର ୨୭ରେ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆୟୋଜିତ ଉତ୍ସବରେ ମିଠୁନ ଯୋଗଦେଇଥିଲେ। ଏହି ଅବସରରେ ମିଠୁନ କହିଥିଲେ ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ନିମ​‌େ​‌ନ୍ତ ବିଜେପି ସମସ୍ତ ପ୍ରକାର ପଦ​‌େ​‌କ୍ଷପ ନେବାକୁ ପ୍ରସ୍ତୁତ ରହିଛି। ଏହି ପ୍ରସଙ୍ଗରେ ମିଠୁନ ତୃଣମୂଳ କଂଗ୍ରେସ ନେତା ହୁମାୟୁନ କବିରଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଗତ ଲୋକସଭା ନିର୍ବାଚନ ପୂର୍ବରୁ କବିର ଏକ ସଭାରେ କହିଥିଲେ ଯେ ପଶ୍ଚିମବଙ୍ଗରେ ହିନ୍ଦୁମାନେ ଯଦି ଭାବୁଥାନ୍ତି ସେମାନେ ଆମର ମସଜିଦଗୁଡିକୁ ଭାଙ୍ଗିବେ ଆଉ ମୁସଲମାନମାନେ ହାତବାନ୍ଧି ଘରେ ବସିବେ, ତାହାହେଲେ ତୁମେ ଭୁଲ ଭାବୁଛ। ରାଜ୍ୟରେ ଥିବା ହିନ୍ଦୁଙ୍କୁ ଯଦି ଦୁଇ ଘଣ୍ଟା ମଧ୍ୟରେ ଭାଗୀରଥି ନଦୀରେ ନ ଫୋପାଡିଛି, ତାହାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କବିର ସେତେବେଳେ କହିଥିଲେ। କବିରଙ୍କ ମନ୍ତବ୍ୟର ଜବାବରେ ମିଠୁନ କହିଥିଲେ ଯେ ଆମେ ତୁମକୁ ଭାଗୀରଥି ନଦୀରେ ଫୋପାଡିବୁ ନାହିଁ, ବରଂ ନଦୀକୂଳରେ ତୁମମାନଙ୍କୁ କବର ଦେଇଦେବୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories