www.samajalive.in
Sunday, December 7, 2025
26.1 C
Bhubaneswar

ନନ୍ଦନକାନନ ସୁପରଫାଷ୍ଟ ଟ୍ରେନକୁ ଗୁଳିମାଡ଼ ଘଟଣା: କାରଣ ଖୋଜୁଛି ରେଲଓ୍ବେ ପୁଲିସ

ସମାଜ ଡିଜିଟାଲ ଡେସ୍କ: ପୁରୀ ନୂଆଦିଲ୍ଲୀ ନନ୍ଦନକାନନ ସୁପରଫାଷ୍ଟ ଟ୍ରେନ ଉପରକୁ ଗୁଳିମାଡ଼ ଘଟଣାରେ ତଦନ୍ତ ଜାରି ରହିଛି। ଏହି ଘଟଣାରେ ରେଲଓ୍ବେ ଅଧିକ୍ଷକ ସୁରେଶ କୁମାର ନାୟକ କହିଛନ୍ତି, ଟ୍ରେନର ଗାର୍ଡ ମହେନ୍ଦ୍ର ବେହେରାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି। ଭଦ୍ରକ ଜିଆରପିରେ ମାମଲା ରୁଜୁ ହୋଇଛି। ବାଲାଷ୍ଟିକ ଏକ୍ସପର୍ଟଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା ରହିଛି। ଖୁବଶୀଘ୍ର ଯାଞ୍ଚ ରିପୋର୍ଟ ଆସିବ। ବାଲାଷ୍ଟିକ ଏକ୍ସପର୍ଟଙ୍କ ରିପୋର୍ଟ ପରେ ହିଁ କିଛି ସ୍ପଷ୍ଟ ହେବ ବୋଲି ରେଲଓ୍ବେ ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଚଳନ୍ତା ଟ୍ରେନ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ଗୁଳିମାଡରେ ଗାର୍ଡ ବଗିର ଝରକା କାଚ ଭାଙ୍ଗିଥିଲା। ଭଦ୍ରକ-ବାଉଦପୁର ମଝିରେ ଚରମ୍ପା ରେଳ ଷ୍ଟେସନର ୧୧୯ ନମ୍ବର ଗେଟ ନିକଟରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିଲା। ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ ହୋଇଥିଲା। ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳି ମାଡ଼ କଲା, ଏନେଇ ଅଧିକ ତଦନ୍ତ କରୁଛି ବାଲାଷ୍ଟିକ ଏକ୍ସପର୍ଟ ଟିମ୍। ଗତକାଲି ପୁରୀ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି କହିଥିଲେ, ପୁରୀ ରେଳୱେ ଷ୍ଟେସନରେ ନନ୍ଦନକାନନ ଏକ୍ସପ୍ରେସ ପହଞ୍ଚିବା ପରେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ୍‌ ଟିମ୍, ଜିଆରପି, ଆରପିଏଫ୍ ଓ ରେଳୱେ ମେକାନିକାଲ ଟିମ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି। ଟ୍ରେନ୍ ଭିତରେ ଥିବା ଗାର୍ଡମାନଙ୍କ ବୟାନକୁ ରେକର୍ଡ କରାଯାଇ ତର୍ଜମା କରାଯାଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories