www.samajalive.in
Tuesday, December 9, 2025
26.1 C
Bhubaneswar

ଭକ୍ତଙ୍କ ବ୍ଲାକମେଲ୍‌ ଯୋଗୁଁ ଆତ୍ମହତ୍ୟା କରିଥିଲେ ଭାୟୁ ମହାରାଜ

ଇନ୍ଦୋର : ବହୁଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ୫୦ବର୍ଷୀୟ ଭାୟୁ ମହାରାଜ; ଓରଫ ଉଦୟ ସିଂହ ଦେଶମୁଖଙ୍କ ଆତ୍ମହତ୍ୟା ଉପରୁ ପରଦା ହଟିଛି। ଜଣେ ଶିଷ୍ୟା ତାଙ୍କୁ ବଳାତ୍କାର ମାମଲାରେ ଫସାଇବାର ଧମକ ଦେବାରୁ ମହାରାଜ ଗତ ବର୍ଷ ଜୁନ୍‌ ୧୨ରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଶିଷ୍ୟା ପାଲକ ମହାରାଜଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ ଓ ଏଥିପାଇଁ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ; କିନ୍ତୁ ମହାରାଜ ବିବାହିତ ଥିବାରୁ ଏଥିରେ ସମ୍ମତ ହୋଇ ନ ଥିଲେ। ଉଲ୍ଲେଖଯୋଗ୍ୟ ଯେ ମହାରାଜ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୨୦୧୭ ଜୁନ୍‌ରେ ଡା, ଆୟୁଷୀ ଶର୍ମାଙ୍କୁ ବିବାହ କରିଥିଲେ। ଏହାର ଅଳ୍ପ ଦିନ ପରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ‘ହତାଶ ହୋଇପଡ଼ିଛି’ ବୋଲି ଏକ ଚିଠି ଛାଡ଼ିଯାଇଥିଲେ। ମଧ୍ୟପ୍ରଦେଶ ପୁଲିସ ମହାରାଜଙ୍କ ମୃତ୍ୟୁ ଘଟଣାରେ ପାଲକଙ୍କ ସହିତ ନିଜର ଅତ୍ୟନ୍ତ ଅନୁଗତ ବିନାୟକ ଧୁଲେ ଓ ତାର ଗାଡ଼ିଚାଳକ ଶରଦ ଦେଶମୁଖଙ୍କୁ ଗିରଫ କରିଛି। ପାଲକଙ୍କ ସହିତ ଆଉ କିଛି ସେବାକାରୀ ଓ ସହଯୋଗୀ ମହାରାଜଙ୍କୁ ସମ୍ପତ୍ତି ପାଇଁ ବ୍ଲାକମେଲ୍‌ କରୁଥିଲେ ବୋଲି ପୁଲିସ କହିଛି। ଏହାଛଡ଼ା ବହୁ ସଂଖ୍ୟକ ଆଧ୍ୟାତ୍ମିକ ଗୁରୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସୁଥିବାରୁ ସେ ଅଧିକ ଭାଙ୍ଗି ପଡ଼ିଥିଲାବଳେ ପାଲକଙ୍କ ଧମକ ତାଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ପୁଲିସ କହିଛି। ନିଜକୁ ‘ରାଷ୍ଟ୍ରସନ୍ଥ’ ଭାବେ ପରିଚିତ କରାଇଥିବା ମହାରାଜଙ୍କର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଭକ୍ତ ରହିଥିଲେ। ସେ ରାଜକୀୟ ଚଳଣି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବହୁ ଜନହିତକର କାର୍ଯ୍ୟ କରିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories