www.samajalive.in
Monday, December 15, 2025
16.1 C
Bhubaneswar

ମିଳିଲାନି ଅନୁମତି, ପୋତାହେଲା ରାବଣ

ଅମର୍ଦ୍ଦାରୋଡ଼: ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ବନ୍ଦ ହେବାସହ ରାବଣକୁ ପୋତାଯାଇଛି। ସୂଚନା ଅନୁସାରେ, ରାବଣ ପୋଡ଼ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସମସ୍ତେ ରାବଣ ପୋଡ଼ି ଓ ବାଣଫୁଟାକୁ ପ୍ରତୀକ୍ଷା କରୁଥିଲେ। ମାତ୍ର ପ୍ରଶାସନ ଅନୁମତି ଦେଲାନାହିଁ। ଫଳରେ ରାବଣକୁ ପୋଡ଼ାଯିବା ବଦଳରେ ପୋତାଗଲା ଏବଂ ହଜାର ହଜାର ଦର୍ଶକ ନିରାଶ ହେଲେ। ଏହି ଗ୍ରାମରେ ଦୀର୍ଘ ୨୦ ବର୍ଷ ହେଲା ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ରବିବାର ହେବାକୁ ଥ‌ିବା ରାବଣ ପୋଡ଼ି ଉତ୍ସବରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବାବେଳେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରିବା ପ୍ରସ୍ତାବକୁ ନେଇ କମିଟି ମଧ୍ୟରେ ମତ ପାର୍ଥକ୍ୟ ଆସିଥିଲା। ତେବେ ଏହି କାର୍ଯ୍ୟକ୍ରମ ଲାଗି ପ୍ରଶାସନିକ ଅନୁମତି ନ ଥିବା ଶନିବାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକ୍ରମେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଶନିବାର ସନ୍ଧ୍ୟାରେ ଗାଁରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତୁରନ୍ତ ଥାନାରେ ଯାଇ ଦେଖା କରିବାକୁ କମିଟି ସଦସ୍ୟଙ୍କୁ କହିଥିଲେ।

ତେବେ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥ‌ିବାରୁ ଏଭଳି ହୋଇଛି ବୋଲି ପୂର୍ବାନୁମାନ କରି କମିଟି ସଦସ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜରିଆରେ ସେହି ନେତାଙ୍କ ନିକଟକୁ ଯାଇଥିଲେ। ନେତା ଜଣକ ଥାନା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ କମିଟି ସଦସ୍ୟ ସେଠାକୁ ଗଲେ ଅନୁମତିପତ୍ର ମିଳିଯିବ ବୋଲି ଆଶ୍ବାସନା ଦେଇଥିଲେ। ମାତ୍ର ଥାନାରେ ପହଞ୍ଚିବା ବେଳକୁ ଥାନା ଅଧିକାରୀ କୌଣସି ପ୍ରକାରେ ଅନୁମତି ଦେବାକୁ ରାଜି ହୋଇ ନ ଥିଲେ। ବିଧି ଅନୁଯାୟୀ କାର୍ଯ୍ୟକ୍ରମ ପାଇଁ କମିଟି ପ୍ରଶାସନିକ ଅନୁମତି ପାଇନାହିଁ କହି ରବିବାର ମଧ୍ୟ ପୁଲିସ ଏହାକୁ ବନ୍ଦ କରିବା ନିମନ୍ତେ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଥ‌ିବା କମିଟିର ସଭାପତି ଅନନ୍ତ ଜେନା, ସମ୍ପାଦକ ଅଭିମନ୍ୟୁ ପାତ୍ର, ଗିରିଶ ଜେନା, ଅବିନାଶ ଜେନା, ପିକୁନ ଜେନା ପ୍ରମୁଖ କହିଛନ୍ତି। ହୁଏତ ପ୍ରଶାସନଠାରୁ ଅନୁମତି ମିଳିଯିବ ଏହି ଆଶାରେ କମିଟି ସଦସ୍ୟ ସନ୍ଧ୍ୟା ଯାଏ ଅପେକ୍ଷା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ ବାଧ୍ୟ ହୋଇ କମିଟି ସଦସ୍ୟ ରାତି ସାଢ଼େ ୮ଟାବେଳେ ରାବଣକୁ ପୋଡ଼ିବା ପରିବର୍ତ୍ତେ ଜେସିବିରେ ମାଟି ତାଡ଼ି ପୋତିଥିଲେ। ଏସବୁ ଘଟଣାକୁ ନେଇ ବିଧାୟିକା ନ ଆସିବାରୁ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ଚରଣ ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଦେଖ‌ିବାକୁ ସନ୍ଧ୍ୟାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଗ୍ରାମରେ ଛୋଟ ମେଳା ବସି ଶହେରୁ ଅଧିକ ଦୋକାନୀ ପସରା ମେଲାଇଥିଲେ। ମାତ୍ର କାର୍ଯ୍ୟକ୍ରମ ବାତିଲ ହେବାରୁ ସମସ୍ତେ ନିରାଶ ହୋଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ପ୍ରଶାସନର ବିନା ଅନୁମତିରେ ବର୍ଷ ବର୍ଷ ଧରି ଗାଁରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଆସୁଥିବାବେଳେ ଚଳିତ ବର୍ଷ ଅଙ୍କୁଶକୁ ନେଇ ବହୁ ସଚେତନ ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories