www.samajalive.in
Tuesday, December 9, 2025
19.1 C
Bhubaneswar

ମହିଳାଙ୍କୁ ହତ୍ୟା ପରେ ଫିଙ୍ଗିଦେଲେ ରାସ୍ତାକଡ଼କୁ, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର: ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ରାସ୍ତାକଡ଼କୁ ଫିଙ୍ଗି ଦେଇଥିଲେ। ରାସ୍ତାକଡ଼ରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିଛି। ମୃତକ ଜଣକ ହେଲେ ୪୦ ବର୍ଷୀୟା ପରଖି ଥାନା ଗୋକୁଳପୁର ଗାଁର ବୋଲି ଜଣାପଡ଼ିଛି। ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗାଁ ଲେକେ ଦେଖିବାକୁ ପାଇଥିଲେ। କିଏ ଓ  କେଉଁ କାରଣ ପାଇଁ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି ତାହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳାଙ୍କୁ କିଏ ବୀଭତ୍ସ ଭାବେ ହତ୍ୟା ପରେ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଫେରାର ହୋଇଯାଇଛି ଏବଂ କେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ପୁଲିସ ଘଟଣାସ୍ଥଳରେ ଛାନଭିନ କରିବା ସହ ତଦନ୍ତ ଜାରି ରଖିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories